ଓଡିଶା

odisha

ETV Bharat / city

ଦିନକ ପରେ ମାଟ୍ରିକ ଅଫଲାଇନ ପରୀକ୍ଷା, ବୋର୍ଡ ପ୍ରସ୍ତୁତ - ମାଟ୍ରିକ ଅଫଲାଇନ ପରୀକ୍ଷା

ଦିନକ ପରେ ମାଟ୍ରିକ ଅଫଲାଇନ ପରୀକ୍ଷା । ପରୀକ୍ଷା ଦେବେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ । ଏନେଇ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା କହିଲେ ବୋର୍ଡ ସଭାପତି । ଅଧିକ ପଢନ୍ତୁ...

ଦିନକ ପରେ ମାଟ୍ରିକ ଅଫଲାଇନ ପରୀକ୍ଷା, ବୋର୍ଡ ପ୍ରସ୍ତୁତ
ଦିନକ ପରେ ମାଟ୍ରିକ ଅଫଲାଇନ ପରୀକ୍ଷା, ବୋର୍ଡ ପ୍ରସ୍ତୁତ

By

Published : Jul 29, 2021, 3:58 PM IST

କଟକ: ଆସନ୍ତାକାଲି(ଶୁକ୍ରବାର) ଠାରୁ ମାଟ୍ରିକ ଅଫଲାଇନ ପରୀକ୍ଷା । ପରୀକ୍ଷା ଦେବେ 15 ହଜାରରୁ ଊର୍ଦ୍ଧ୍ବ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ । କୋଭିଡ କଟକଣା ମଧ୍ୟରେ ମୋଟ 504ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହେବ । ଏନେଇ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି କହିଛନ୍ତି ବୋର୍ଡ ସଭାପତି ରାମାଶିଷ ହାଜରା ।

ଦିନକ ପରେ ମାଟ୍ରିକ ଅଫଲାଇନ ପରୀକ୍ଷା, ବୋର୍ଡ ପ୍ରସ୍ତୁତ

ମହାମାରୀ କାରଣରୁ ଚଳିତ ବର୍ଷ ବିକଳ୍ପ ବ୍ୟବସ୍ଥାରେ ମୂଲ୍ୟାୟନ ହୋଇ ମାଟ୍ରିକ ରେଜଲ୍ଟ ବାହାରିଥିଲା । ଯେଉଁ କାରଣରୁ ନିଜ ପରୀକ୍ଷା ଫଳ ନେଇ ଅନେକ ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ହୋଇଥିଲେ । ଏହାପରେ ବୋର୍ଡ ପକ୍ଷରୁ ଆସନ୍ତା 30 ତାରିଖରେ ଅଫଲାଇନ ପରୀକ୍ଷା ପାଇଁ ନିଷ୍ପତ୍ତି ହୋଇଥିଲା ଏବଂ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବା ପାଇଁ କୁହାଯାଇଥିଲା । ଦିନକ ପରେ ମାଟ୍ରିକ ଅଫଲାଇନ ଟେଷ୍ଟ ଥିବାବେଳେ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପରୀକ୍ଷା କେନ୍ଦ୍ରଗୁଡିକୁ ସାନିଟାଇଜ କରାଯାଇଛି । ପରୀକ୍ଷା କେନ୍ଦ୍ରରେ ଉପସ୍ଥିତ ହେବାକୁ ଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ 48 ଘଣ୍ଟା ପୂର୍ବରୁ କୋଭିଡ ଟେଷ୍ଟ ହୋଇଛି । ପରୀକ୍ଷାର୍ଥୀ କୋଠରୀରେ ପ୍ରବେଶ କରିବା ପୂର୍ବରୁ ସେମାନଙ୍କ ଥର୍ମାଲ ସ୍କିନିଂ ଓ ମାସ୍କ ଚେକିଂ ସହ ଭଲ ଭାବେ ସାନିଟାଇଜ କରାଯିବ । ବୋର୍ଡ ସଭାପତି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details