ଓଡିଶା

odisha

ETV Bharat / city

ବାଜିଲା ପୌର ନିର୍ବାଚନ ବିଗୁଲ, ନିର୍ବାଚନ ପାଇଁ ପ୍ରସ୍ତୁତ ୩ ପ୍ରମୁଖ ଦଳ - ମହାନଗର ନିଗମ ପାଇଁ ନିର୍ବାଚନ

ତିନି ମହାନଗର ନିଗମ ପାଇଁ ନିର୍ବାଚନ ତାରିଖ ଘୋଷଣା ହେବା ପରେ ସରଗରମ କଟକ ସହରର ରାଜନୀତି । ତିନି ପ୍ରମୁଖ ଦଳ ନିଜ ନିଜର ପ୍ରାର୍ଥୀ ଚୟନ କାର୍ଯ୍ୟ ଶେଷ କରିଥିବା ବେଳେ ଆଗାମୀ ଦୁଇ ତିନି ଦିନ ମଧ୍ୟରେ ପ୍ରାର୍ଥୀ ଘୋଷଣା କରିବେ । ଅଧିକ ପଢନ୍ତୁ

ବାଜିଲା ପୌର ନିର୍ବାଚନ ବିଗୁଲ : ନିର୍ବାଚନ ପାଇଁ ପ୍ରସ୍ତୁତ ୩ ପ୍ରମୁଖ ଦଳ
ବାଜିଲା ପୌର ନିର୍ବାଚନ ବିଗୁଲ : ନିର୍ବାଚନ ପାଇଁ ପ୍ରସ୍ତୁତ ୩ ପ୍ରମୁଖ ଦଳ

By

Published : Feb 25, 2022, 7:48 PM IST

Updated : Feb 25, 2022, 8:19 PM IST

କଟକ: ରାଜ୍ୟର ତିନି ମହାନଗର ନିଗମ ପାଇଁ ନିର୍ବାଚନ ତାରିଖ ଘୋଷଣା ହେବା ପରେ ସରଗରମ କଟକ ସହରର ରାଜନୀତି । ନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ନିଜ ନିଜର ପ୍ରାର୍ଥୀ ଚୟନ କାର୍ଯ୍ୟ ଶେଷ କରିଥିବା ବେଳେ ଆଗାମୀ ଦୁଇ ତିନି ଦିନ ମଧ୍ୟରେ ପ୍ରାର୍ଥୀ ଘୋଷଣା କରିବେ । ତେବେ ଗତ ଦୁଇ ଥର ଭଳି ଏଥର ମଧ୍ୟ ବିଜେଡି ସିଏମସି (Cuttack municipal corporation) ଦଖଲ କରିବା ବୋଲି ଦୃଢୋକ୍ତି ଜାହିର କରିଥିବା ବେଳେ ଶାସକ ଦଳକୁ ମାତ ଦେବା ଲାଗି ନିଜ ନିଜର ରଣନୀତି ପ୍ରସ୍ତୁତ କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ ।

ବାଜିଲା ପୌର ନିର୍ବାଚନ ବିଗୁଲ, ନିର୍ବାଚନ ପାଇଁ ପ୍ରସ୍ତୁତ ୩ ପ୍ରମୁଖ ଦଳ

ନିର୍ବାଚନକୁ ନେଇ କଟକ ସହରରେ ବିଭିନ୍ନ ଦଳ ପକ୍ଷରୁ ରାଜନୈତିକ ଅଙ୍କକଷା ଶେଷ ହୋଇଥିବା ବେଳେ କେଉଁ ଓ୍ବାର୍ଡରୁ କିଏ ପ୍ରାର୍ଥୀ ହେବେ ତାହା ଘୋଷଣା ହେବା ବାକି ରହିଛି । ତେବେ ପ୍ରାର୍ଥୀ ନିର୍ଦ୍ଧାରଣ କ୍ଷେତ୍ରରେ ସବୁଠାରୁ ଆଗରେ ରହିଛି ବିରୋଧୀ କଂଗ୍ରେସ । କଟକ ସହରରେ କଂଗ୍ରେସ ମଙ୍ଗ ଧରିଥିବା ବିଧାୟକ ମହମ୍ମଦ ମୋକିମ ପ୍ରାର୍ଥୀ ତାଲିକା ପ୍ରସ୍ତୁତ ହୋଇଯାଇଥିବା ସ୍ପଷ୍ଟ କରିଛନ୍ତି ।

ଏହାବି ପଢନ୍ତୁ :ଭୁବନେଶ୍ୱର ମହାନଗର ନିଗମରେ କ୍ଲିନ ସୁଇପ କରିବ ବିଜେଡି: ଅନନ୍ତ

ସେପଟେ ସମାନ କଥା ଦୋହରାଇଛି ବିଜେପି । ତେବେ ଉଭୟ ବିରୋଧୀ ଦଳ ଚଳିତ ମହାନଗର ନିଗମରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି ଉଭୟ ଦଳ । ଏହାରି ଭିତରେ ଦୁଇ ଦୁଇ ଥର ସିଏମସି ଦଖଲ କରିଥିବା ଶାସକ ବିଜେଡି ଏଥର ମଧ୍ୟ ସିଏମସିକୁ ନିଜ ଅକ୍ତିଆରରେ ରଖିବା ପାଇଁ ଯୋରଦାର ଉଦ୍ୟମ ଆରମ୍ଭ କରିଛି ।

ଏଥିପାଇଁ ଏକ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ବିଜେଡି । ସାଧାରଣ ନିର୍ବାଚନରେ ବାରବାଟୀ କଟକର ବିଧାନସଭା ଆସନ ହରାଇବା ପରେ ଦଳ ପୂର୍ବରୁ ହୋଇଥିବା କୌଣସି ଭୁଲର ପୁନରାବୃତ୍ତି କରିବାକୁ ଚାହୁଁନାହିଁ । ଏହା ସହିତ କେଉଁ ଓ୍ବାର୍ଡରୁ କିଏ ପ୍ରାର୍ଥୀ ହେବେ ସେ ନିଷ୍ପତି ଦଳର ସଭାପତି ନେବେ ବୋଲି ସ୍ପଷ୍ଟ କରିଛି ବିଜେଡି । ଏହା ସହିତ ଗତ ଦୁଇ ଥର ଭଳି ଏଥର ମଧ୍ୟ ଦଳ 40ରୁ ଅଧିକ କର୍ପୋରେଟର ସିଟ ସହିତ ମେୟର ପଦକୁ ବି ହାତେଇବ ବୋଲି କହିଛି ବିଜେଡି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Feb 25, 2022, 8:19 PM IST

ABOUT THE AUTHOR

...view details