ଓଡିଶା

odisha

ETV Bharat / city

ସିଲଭର ସିଟିରେ ବାର୍ଡ ଫ୍ଲୁ ଆତଙ୍କ - କଟକ

ବାର୍ଡ ଫ୍ଲୁ ଆତଙ୍କରେ କଟକ। ଏନେଇ ଚାରିଶହରୁ ଉର୍ଦ୍ଧ୍ବ ବତକଙ୍କୁ ମାରି ପୋତି ଦେଇଛନ୍ତି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ। ଏଥିସହ ଆସନ୍ତା ତିନି ମାସ ମଧ୍ୟରେ ଏହି ସବୁ ଅଞ୍ଚଳରେ ବତକ କୁକୁଡ଼ା ଓ ଅଣ୍ଡା ବିକ୍ରୟ ଉପରେ ନିଷେଧଦେଶ ଜାରି କରିଛି ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Mar 31, 2019, 3:08 PM IST

କଟକ: ସିଲଭରସିଟିରେ ବାର୍ଡ ଫ୍ଲୁ ଆତଙ୍କ ଦେଖିବାକୁ ମିଳିଛି । ଖପୁରିଆ ବତକ ପ୍ରଜନନ କେନ୍ଦ୍ରରେ ମାରାତ୍ମକ ବାର୍ଡ ଫ୍ଲୁ ରୋଗ ଚିହ୍ନଟ ହୋଇଛି। ତେବେ ଏନେଇ ଚାରିଶହରୁ ଉର୍ଦ୍ଧ୍ବ ବତକଙ୍କୁ ମାରି ପୋତି ଦେଇଛନ୍ତି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସୂଚନା ମୁତାବକ, କଟକ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ୨ଟି ଟିମ୍ ଦ୍ୱାରା ରବିବାର ବିଭିନ୍ନ ଚିକେନ୍ କାଉଣ୍ଟରରେ ଚଢ଼ାଉ କରାଯାଇଛି। ୬ ହଜାରରୁ ଉର୍ଦ୍ଧ ବତକ ଅଣ୍ଡା, ବତକ ଓ କିଛି କୁକୁଡ଼ା ଜବତ କରାଯାଇ ନଷ୍ଟ ମଧ୍ୟ କରାଯାଇଛି। ଏଥିସହ ଆସନ୍ତା ତିନି ମାସ ମଧ୍ୟରେ ଏହି ସବୁ ଅଞ୍ଚଳରେ ବତକ କୁକୁଡ଼ା ଓ ଅଣ୍ଡା ବିକ୍ରୟ ଉପରେ ନିଷେଧଦେଶ ଜାରିକରିଛି ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details