ଓଡିଶା

odisha

ETV Bharat / city

ଥଇଥାନ ନାହିଁ ଆସିଲା ଉଚ୍ଛେଦ ନୋଟିସ, ଗର୍ଜିଲେ ବସ୍ତି ବାସିନ୍ଦା - ଭୁବନେଶ୍ବର ଖବର

ରେଳ ବିଭାଗର ବସ୍ତି ଉଚ୍ଛେଦ ନୋଟିସ୍ ବିରୁଦ୍ଧରେ କଟକ ରେଳଷ୍ଟେସନ ସମ୍ମୁଖରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚ ପକ୍ଷରୁ ଜୋରଦାର ବିକ୍ଷୋଭ କରିଛନ୍ତି । ଅଧିକ ପଢନ୍ତୁ...

Basti evacuation notice resident protest in front of railway office
ଥଇଥାନ ନାହିଁ ଆସିଲା ଉଚ୍ଛେଦ ନୋଟିସ, ଗର୍ଜିଲେ ବସ୍ତି ବାସିନ୍ଦା

By

Published : Aug 17, 2021, 8:12 PM IST

କଟକ:ରେଳ ବିଭାଗର ବସ୍ତି ଉଚ୍ଛେଦ ନୋଟିସ୍ ବିରୁଦ୍ଧରେ କଟକ ରେଳଷ୍ଟେସନ ସମ୍ମୁଖରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚ ପକ୍ଷରୁ ଜୋରଦାର ବିକ୍ଷୋଭ କରିଛନ୍ତି । ଜଗତପୁରସ୍ଥିତ ଝାଡୁ ବସ୍ତି ସମେତ ଅନ୍ୟାନ୍ୟ ବସ୍ତିକୁ ବିନା ଥଇଥାନରେ ଉଚ୍ଛେଦ ନୋଟିସ୍ ରେଳବିଭାଗ ପକ୍ଷରୁ ଦିଆଯାଇଛି । ଯାହାକୁ ନେଇ ଅସନ୍ତୁଷ୍ଟ ଜାହିର କରିଛନ୍ତି ବସ୍ତି ବାସିନ୍ଦା ।

ଥଇଥାନ ନାହିଁ ଆସିଲା ଉଚ୍ଛେଦ ନୋଟିସ, ଗର୍ଜିଲେ ବସ୍ତି ବାସିନ୍ଦା

ଏହି ବସ୍ତି ଗୁଡିକ ବହୁ ପୁରାତନ ବସ୍ତି । ଏହି ବସ୍ତିର ବାସିନ୍ଦାମାନେ ଦୀର୍ଘ ବର୍ଷ ଧରି ସ୍ଥାନୀୟ ଅଞ୍ଚଳରେ ମୂଲ ମଜୁରୀ ଲାଗି ଜୀବିକା ନିର୍ବାହ କରିଥାନ୍ତି । ରେଳ ବିଭାଗର ଅବ୍ୟବହୃତ ଜାଗାରେ ଏହି ଖଟିଖିଆମାନେ ରହିଆସୁଛନ୍ତି । ରେଳ ବିଭାଗ ୫ ବର୍ଷ ହେବ ବସ୍ତି ଗୁଡିକୁ ବିଭିନ୍ନ ପ୍ରକଳ୍ପ ନାଁରେ ଉଚ୍ଛେଦ ପାଇଁ ଉଦ୍ୟମ କରି ଆସୁଛି । ବସ୍ତି ବାସିନ୍ଦାଙ୍କ ପକ୍ଷରୁ ପୂର୍ବରୁ ବହୁବାର ଥଇଥାନ ପାଇଁ କଟକ ଜିଲ୍ଲା ପ୍ରଶାସନ, ରେଳ ବିଭାଗର ଡି ଆର୍ ଏମ୍, ଜେନେରାଲ ମ୍ୟାନେଜର ଓ ଏପରିକି ବିଭାଗର ସମସ୍ତ ସ୍ତରର କର୍ତ୍ତୃପକ୍ଷଙ୍କ ସମେତ ରେଳ ମନ୍ତ୍ରୀଙ୍କୁ ମଧ୍ଯ ଦରଖାସ୍ତ ଦେଇ ଆସୁଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ କିମ୍ବା ରେଳ ବିଭାଗର କର୍ତ୍ତୃପକ୍ଷ କେହି ବସ୍ତି ବାସିନ୍ଦାଙ୍କ ପାଇଁ କୌଣସି ଥଇଥାନର ବ୍ୟବସ୍ଥା କରିନାହାନ୍ତି ।

ବର୍ତ୍ତମାନ କୋରୋନା କଟକଣା ସୁଯୋଗରେ ବସ୍ତି ଉଚ୍ଛେଦ ପାଇଁ ନୋଟିସ୍ ଦେଇ ତୁରନ୍ତ ଛାଡି ଚାଲିଯିବାକୁ ବିଭାଗ ପକ୍ଷରୁ ଧମକ ଦିଆଯାଉଛି। ରାଜ୍ୟ ସରକାର ୨୦୧୭ରେ ବସ୍ତି ବାସିନ୍ଦାଙ୍କୁ ଜାଗା ଓ ଘର ଯୋଗାଇ ଦେବା ପାଇଁ ଯେଉଁ ଆଇନ ଆଣିଥିଲେ ତାହା ଆଜି ପ୍ରହସନରେ ପରିଣତ ହୋଇଛି । ସରକାର କେବଳ ଭୋଟ ସମୟରେ ବସ୍ତି ବାସିନ୍ଦାଙ୍କ ଥଇଥାନ କଥା କହି ଭୋଟ ସର୍ବସ୍ବ ରାଜନୀତି କରୁଛନ୍ତି । ସରକାର ଓ ରେଳ ବିଭାଗର ଏହିଭଳି ପ୍ରତାରଣା ପୂର୍ଣ୍ଣ ନିଷ୍ଠୁର ଜନ ବିରୋଧୀ ଆଭିମୁଖ୍ୟ ଅତ୍ଯନ୍ତ ବେଦନା ଦାୟକ। ଏହାର ପ୍ରତିବାଦରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚ ପକ୍ଷରୁ କଟକ ରେଳ ଷ୍ଟେସନ ସମ୍ମୁଖରେ ବିକ୍ଷୋଭ କରାଯାଇ ଷ୍ଟେସନ ମ୍ଯାନେଜରଙ୍କ ଜରିଆରେ ରେଳ ବିଭାଗ ଡି ଆର୍ ଏମ୍ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦିଆଯାଇଛି।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details