ଓଡିଶା

odisha

ETV Bharat / city

ବନ୍ଧୁକ ଦେଖାଇ ବ୍ୟାଙ୍କରୁ 1.5 ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ - ବ୍ୟାଙ୍କରୁ 1.5 ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ଗୋଡିବନ୍ଧ ଗ୍ରାମରେ ଥିବା କାନାଡ଼ା ବ୍ୟାଙ୍କରୁ ଲୁଟ । ତିନି ଜଣ ଦୁର୍ବୃତ୍ତ ଲୁଟି ନେଲେ ଦେଢ଼ ଲକ୍ଷ ଟଙ୍କା । କାନପୁର ପୋଲିସର ତନାଘନା ଆରମ୍ଭ । ଅଧିକ ପଢନ୍ତୁ...

ବନ୍ଧୁକ ଦେଖାଇ ବ୍ୟାଙ୍କରୁ 1.5 ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ
ବନ୍ଧୁକ ଦେଖାଇ ବ୍ୟାଙ୍କରୁ 1.5 ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

By

Published : Feb 20, 2021, 9:07 PM IST

କଟକ: ବନ୍ଧୁକ ମୁନରେ ବ୍ୟାଙ୍କ ଲୁଟ । କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ଗୋଡିବନ୍ଧ ଗ୍ରାମରେ ଥିବା କାନାଡ଼ା ବ୍ୟାଙ୍କରୁ ଲୁଟ । ତିନି ଜଣ ଦୁର୍ବୃତ୍ତ ଲୁଟି ନେଲେ ଦେଢ଼ ଲକ୍ଷ ଟଙ୍କା । କାନପୁର ପୋଲିସର ତନାଘନା ଆରମ୍ଭ ।

ବନ୍ଧୁକ ଦେଖାଇ ବ୍ୟାଙ୍କରୁ 1.5 ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ସୂଚନା ଅନୁଯାୟୀ, ବ୍ୟାଙ୍କକୁ ତିନି ଜଣ ଦୁର୍ବୃତ୍ତ ଗ୍ରାହକ ଭାବରେ ଆସି ବନ୍ଧୁକ ଦେଖାଇ ଏହି ଟଙ୍କା ଲୁଟିଥିବା ଜଣାପଡିଛି । ଘଟଣା ସ୍ଥଳରେ କାନପୁର ଥାନାର ଗୃହରକ୍ଷୀ ନିର୍ମଳ ସାହୁ ବ୍ୟାଙ୍କକୁ ନିଜ କାମରେ ଆସିଥିବାବେଳେ ଏହି ଘଟଣା ଘଟିଥିଲା। ଦୁର୍ବୃତ୍ତମାନେ ଟଙ୍କା ନେଇ ପଳାଇ ଯାଉଥିବାବେଳେ ଗୃହରକ୍ଷୀ ଜଣକ ସେମାନଙ୍କ ସହ ଧସ୍ତାଧସ୍ତି ହୋଇଥିଲେ ।

ଦୁର୍ବୃତ୍ତମାନେ ମଧ୍ୟ ଗୃହରକ୍ଷୀଙ୍କ ହାତକୁ ଏକ ଭୁଜାଲି ଦ୍ବାରା ଆକ୍ରମଣ କରି କ୍ଷତାକ୍ତ କରି ପକାଇଥିଲେ । କାନପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details