ଓଡିଶା

odisha

ETV Bharat / city

ମାଲଗୋଦାମ ବ୍ୟବସାୟୀଙ୍କୁ ଆକ୍ରମଣ ଘଟଣା: କମିଶନରେଟ ପୋଲିସର ଛାନଭିନ ଜାରି

ମାଲଗୋଦାମରେ ବ୍ୟବସାୟୀଙ୍କୁ ଆକ୍ରମଣ ଘଟଣାରେ ଖୋଳତାଡ ଚଳାଇଛି କମିଶନରେଟ୍‌ ପୋଲିସ । କିଏ, କାହିଁକି ଓ କେଉଁ ପରିସ୍ଥିତିରେ ଏଭଳି କାଣ୍ଡ ଭିଆଇଥିଲା, ସେ ନେଇ ଚାଲିଛି ଛାନଭିନ ।

By

Published : Mar 17, 2019, 11:14 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ମାଲଗୋଦାମରେ ବ୍ୟବସାୟୀଙ୍କୁ ଆକ୍ରମଣ ଘଟଣାରେ ଖୋଳତାଡ ଚଳାଇଛି କମିଶନରେଟ୍‌ ପୋଲିସ । କିଏ, କାହିଁକି ଓ କେଉଁ ପରିସ୍ଥିତିରେ ଏଭଳି କାଣ୍ଡ ଭିଆଇଥିଲା, ସେ ନେଇ ଚାଲିଛି ଛାନଭିନ । ଘଟଣାରେ ପରିବାର ଲୋକଙ୍କ ଏତଲା ପରେ ତଦନ୍ତ ଓ ପଚରାଉଚୁରା ଜାରି ରଖିଛି ପୋଲିସ ।

ସୂଚନା ଅନୁଯାୟୀ ଶନିବାର କଟକ ମାଲଗୋଦାମରେ ଦାମୋଦର ନାମକ ବ୍ୟବସାୟୀ ଦୋକାନ ବନ୍ଦ କରିବା ପରେ କୌଣସି ଏକ ଦୁର୍ବୃତ୍ତ ଆସି ତାଙ୍କ ତଣ୍ଟିକୁ ଛୁରୀରେ ଆଘାତ କରିଥିଲା । ଫଳରେ ଘଟଣାସ୍ଥଳରେ ଅଚେତ ହୋଇ ପଡିଥିଲେ ଦାମୋଦର । ତେବେ ଦାମୋଦରଙ୍କୁ ଅଚେତ ଅବସ୍ଥାରେ ଦେଖି ନିକଟସ୍ଥ ବ୍ୟବସାୟୀ ପହଞ୍ଚି ତାଙ୍କୁ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଇଥିଲେ ।

ସେଠାରେ ଚିକିତ୍ସିତ ହେବା ପରେ ବର୍ତ୍ତମାନ ଦାମୋଦରଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଥିବା ଡାକ୍ତରଖାନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଅନ୍ୟପଟେ ଦୋଷୀ ବିରୋଧରେ ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ଡିସିପି ଅଖିଳେଶ୍ବର ସିଂ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇିଟିଭି ଭାରତ

ABOUT THE AUTHOR

...view details