କଟକ:ନୂଆଦାଇତ୍ୱ ନେଲେ ଅରୁଣ ବୋଥ୍ରା । କ୍ରାଇମବ୍ରାଞ୍ଚର ନୂଆ ADG ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଅରୁଣ ବୋଥ୍ରା । ୧୯୯୬ ମସିହା ବ୍ୟାଚ IPS ଅଧିକାରୀ ହେଉଛନ୍ତି ଅରୁଣ ବୋଥ୍ରା । କ୍ରାଇମବ୍ରାଞ୍ଚ ADG ସଞ୍ଜୀବ ପଣ୍ଡାଙ୍କ ଠାରୁ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଦାୟିତ୍ବ ଗ୍ରହଣ କରିଛନ୍ତି । କଟକ କ୍ରାଇମବ୍ରାଞ୍ଚର ମୁଖ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ବୋଥ୍ରା। କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ଅରୁଣ ବୋଥ୍ରାଙ୍କୁ ନୂତନ ଦାୟିତ୍ଵ ହସ୍ତାନ୍ତର କରିଛନ୍ତି ।
ରାଜ୍ୟରେ ଅପରାଧର ସ୍ଥିତି ନିୟନ୍ତ୍ରଣରେ ରହିଛି । ସମସ୍ତଙ୍କ ସହଭାଗୀତାରେ କାର୍ଯ୍ୟ କରାଯିବ । ଅପରାଧିକ ମାମଲାରେ ତଦନ୍ତ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟରେ ଦୋଷୀ ସାବ୍ୟସ୍ତ କରେଇବା ହେଉଛି ପ୍ରଥମ କର୍ତ୍ତବ୍ୟ । ବର୍ତ୍ତମାନ ସାଇବର ଅପରାଧ ଉପରେ ଅଧିକ ପ୍ରାଧାନ୍ୟ ଦିଆଯାଉଛି । ଲୋକଙ୍କୁ ଅଧିକ ସଚେତନ କରାଯିବ । କ୍ରାଇମବ୍ରାଞ୍ଚରେ ପଡ଼ି ରହିଥିବା ପୁରୁଣା ମାମଲାର ମଧ୍ୟ ତୁରନ୍ତ ତଦନ୍ତ କରାଯିବ ବୋଲି କହିଛନ୍ତି ବୋଥ୍ରା । ଏହା ସହିତ ନୂଆ ଦାୟିତ୍ବ ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।