ଓଡିଶା

odisha

ETV Bharat / city

‘କୃଷି ବିଲ ପାସର ମୂଳ ଲକ୍ଷ୍ୟ ଦଲାଲଗିରି’ - କୃଷି ବିଲ

କୃଷି ବିଲ ବିରୋଧରେ ଆନ୍ଦୋଳନ ଥମିବାରେ ନା ଧରୁନି । ଯାହାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛି ଆମ ଆଦମୀ ପାର୍ଟି । ଅଧିକ ପଢନ୍ତୁ...

‘କୃଷି ବିଲ ପାସର ମୂଳ ଲକ୍ଷ୍ୟ ଦଲାଲଗିରୀ’
‘କୃଷି ବିଲ ପାସର ମୂଳ ଲକ୍ଷ୍ୟ ଦଲାଲଗିରୀ’

By

Published : Sep 25, 2020, 7:26 PM IST

Updated : Sep 25, 2020, 9:12 PM IST

କଟକ: କୃଷି ବିଲ ପାସ ପରେ ଆନ୍ଦୋଳନ ଥମିବାରେ ନା ଧରୁନି । ପ୍ରତ୍ୟକ ଦିନ କଟକରେ ଦୃଶ୍ୟ ହେଉଛି ଆନ୍ଦୋଳନ । ଆଜି ରାଜ ରାସ୍ତାକୁ ଓହ୍ଲାଇଛି ଆମ ଆଦମୀ ପାର୍ଟି । କେବଳ କୃଷକ ମାନଙ୍କ ହକକୁ ମାରିବା ପାଇଁ ଓ କୃଷକ ମାନଙ୍କ ଅଧିକାରକୁ ଦମନ କରିବା ପାଇଁ କେନ୍ଦ୍ର ଏହି ବିଲ ପାସ କରିଛି ବୋଲି ଦାବି କରିଛି ଆପ ।

‘କୃଷି ବିଲ ପାସର ମୂଳ ଲକ୍ଷ୍ୟ ଦଲାଲଗିରି’

ତେବେ ଏହି ବିଲରେ କେତେ ଯେ ଚାଷୀ ଆତ୍ମହତ୍ୟା କରିବେ ତାହା ଏବେଠୁ ଜଣାପଡ଼ିଲାଣି । ଏହାସହ ଏହି ବିଲ କେବଳ ଧନୀ ମାନଙ୍କ ପାଇଁ ଉପଲବ୍ଧ। ଯାହା କେବଳ ଦଲାଲଙ୍କ ପକେଟ ଗରମ କରିବ । ଯଦି ଏହି ବିଲକୁ ପ୍ରତ୍ୟାହର ନକରାଯାଏ ତେବେ ଆଗମୀ ଦିନରେ ଏକ ବଡ଼ ଜନ ଆନ୍ଦୋଳନର ରୂପ ନେବ ବୋଲି କହିଛନ୍ତି ଆପ ନେତା ।

ସେହିପରି ଯୁବ କଂଗ୍ରେସ ପକ୍ଷରୁ ମଧ୍ୟ ଜୋରଦାର ବିକ୍ଷୋଭ କରାଯାଇଛି। ବିକ୍ଷୋଭ ସମୟରେ ପୋଲିସ ମଧ୍ୟ କିଛି କଂଗ୍ରେସ କର୍ମୀଙ୍କୁ ଗିରଫ ମଧ୍ୟ କରିଛି । ତେବେ ଏହି ଆନ୍ଦୋଳନ ଯେପରି ତୀବ୍ର ରୂପ ନେଉଛି ତାହା ଆଗାମୀ ଦିନରେ ନିଶ୍ଚୟ କେନ୍ଦ୍ର ସରକାରଙ୍କୁ ବୁମେରାଙ୍ଗ କରିପାରେ । କାରଣ ପ୍ରତିଦିନ ଏମିତି ଦୃଶ୍ୟ ଦୃଷ୍ଟି ଗୋଚର ହେଉଛି।


କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Sep 25, 2020, 9:12 PM IST

ABOUT THE AUTHOR

...view details