କଟକ: ECMO ମେସିନ୍ ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ପୁଣି ପିଟିସନ ଦାୟର କଲେ ଭାରତୀୟ ବିକାଶ ପରଷଦ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ । ପୂର୍ବରୁ ମଧ୍ୟ ସେ ଏନେଇ ଏକ ମାମଲା ଦାୟର କରିଥିଲେ ।
ଆଜି(ବୁଧବାର) ଦାୟର ହୋଇଥିବା ଏହି ଅନ୍ତରୀଣ ପିଟିସନର ଦର୍ଶାଯାଇଛି ଯେ କୋରୋନା ସଂକ୍ରମଣ ବେଳେ ବିଧାୟକଙ୍କୁ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ସରକାର ଅନୁମତି ଦେଇଥିଲେ । ସମସ୍ତ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ୫୦ ଲକ୍ଷ ଟଙ୍କାର ମାସ୍କ ଓ ଅନ୍ୟାନ୍ୟ ସାମଗ୍ରୀ କିଣି ବାଣ୍ଟି ପାରିବେ ବୋଲି ରାଜ୍ୟ ସରକାର ମେ ୧୭ରେ ଘୋଷଣା କରିଥିଲେ । ଯାହା ସମ୍ପୂର୍ଣ୍ଣ ବେଆଇନ ଏବଂ ଏପରି ନିଷ୍ପତ୍ତି ପ୍ରତ୍ୟାହାର କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି ।