ଓଡିଶା

odisha

ETV Bharat / city

ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ହାଇକୋର୍ଟରେ ଆଉ ଏକ ମାମଲା ରୁଜୁ - ସମ୍ବିଧାନ ବିରୋଧୀ

ଓଡ଼ିଶାରେ ଧର୍ମାନୁଷ୍ଠାନ ଖୋଲିବାକୁ ସରକାର ଅନୁମତି ଦେଉନାହାଁନ୍ତି। ସରକାରଙ୍କ ଏଭଳି କଟକଣା ସମ୍ବିଧାନ ବିରୋଧୀ। ତେଣୁ ପୁରୀ ଶ୍ରୀମନ୍ଦିର ସମେତ ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ପାଇଁ ହାଇକୋର୍ଟରେ ଆଉ ଏକ ମାମଲା ରୁଜୁ କରାଯାଇଛି। ଅଧିକ ଖବର ପଢନ୍ତୁ...

ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ହାଇକୋର୍ଟରେ ଆଉ ଏକ ମାମଲା ରୁଜୁ
ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ହାଇକୋର୍ଟରେ ଆଉ ଏକ ମାମଲା ରୁଜୁ

By

Published : Aug 5, 2020, 8:05 PM IST

କଟକ: ଓଡ଼ିଶାରେ ଧର୍ମାନୁଷ୍ଠାନ ଖୋଲିବାକୁ ସରକାର ଅନୁମତି ଦେଉନାହାଁନ୍ତି। ସରକାରଙ୍କ ଏଭଳି କଟକଣା ସମ୍ବିଧାନ ବିରୋଧୀ। ତେଣୁ ପୁରୀ ଶ୍ରୀମନ୍ଦିର ସମେତ ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ପାଇଁ ହାଇକୋର୍ଟରେ ଆଉ ଏକ ମାମଲା ରୁଜୁ କରାଯାଇଛି। ସାମାଜିକ କର୍ମୀ ଜୟନ୍ତ ବଳ ଏହି ମାମଲା ରୁଜୁ କରିଛନ୍ତି।

ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ହାଇକୋର୍ଟରେ ଆଉ ଏକ ମାମଲା ରୁଜୁ

ରାଜ୍ୟରେ ମଲ, ଜିମ, ପାର୍ଲର ସବୁ ଖୋଲିବା ପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି । ଇତିମଧ୍ୟରେ ମୋ ବସ ସେବା ବି ଆରମ୍ଭ ହୋଇଛି। ତେବେ ଧର୍ମାନୁଷ୍ଠାନ ଖୋଲିବା ଉପରେ କାହିଁକି କଟକଣା ଜାରି କରାଯାଇଛି ବୋଲି ଆବେଦନକାରୀ ପ୍ରଶ୍ନ କରିଛନ୍ତି ।

ତେଣୁ ହାଇକୋର୍ଟ ଏହାକୁ ବିଚାର ପାଇଁ ଗ୍ରହଣ କରି ସରକାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବାପାଇଁ ଅନୁମତି ଦେବା ନେଇ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details