ଓଡିଶା

odisha

କଟକରେ ଆଉ 71 କୋରୋନା ପଜିଟିଭ ଚିହ୍ନଟ

By

Published : Oct 18, 2020, 9:15 PM IST

କଟକ ମହାନଗର ନିଗମରେ ଆଉ 71 କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏନେଇ କଟକ ମହାନଗର ନିଗମ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି। ଅଧିକ ପଢ଼ନ୍ତୁ...

କଟକରେ ଆଉ 71 କୋରୋନା ପଜିଟିଭ ଚିହ୍ନଟ
କଟକରେ ଆଉ 71 କୋରୋନା ପଜିଟିଭ ଚିହ୍ନଟ

କଟକ: କଟକ ମହାନଗର ନିଗମରେ ଆଜି(ରବିବାର) 71 ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ 41 ଜଣ କ୍ବାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ 30 ଜଣ ଆକ୍ରାନ୍ତ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏନେଇ କଟକ ମହାନଗର ନିଗମ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।

କଟକରେ ଆଉ 71 କୋରୋନା ପଜିଟିଭ ଚିହ୍ନଟ

କ୍ବାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ 24 ଜଣ ହୋମ କ୍ବାରେଣ୍ଟିନରୁ ଚିହ୍ନଟ ହୋଇଛନ୍ତି। କଟକ କନିକ ଛକ ଓ ସିଡିଏ ସେକ୍ଟର 6 ନିକଟରୁ ସର୍ବାଧିକ 3 ଜଣ ଲେଖାଏଁ ହୋମ କ୍ବାରେଣ୍ଟିନର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଷ୍ଟିୱାର୍ଟ ପାଟଣା, ସିଡିଏ ସେକ୍ଟର 7 ଓ ମଧୁସୁଦନ ନଗରରୁ 2 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ରାହୁସପାଟଣା, ଶ୍ରୀରାମ ନଗର, ସିଡିଏ ସେକ୍ଟର 10, ବାଦାବାଡ଼ି, ଗାନ୍ଧୀ ପଲ୍ଲୀ, ରାଣୀ ହାଟ, କୃଷକ ବଜାର, ଓ ନୂଆପଡ଼ା ଅଞ୍ଚଳୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

କଟକ ମହାନଗର ନିଗମରେ ସରକାରୀ କ୍ବାରେଣ୍ଟିନ ସେଣ୍ଟରରୁ 17 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ 14 ଜଣ ପୁରୁଷ ଆକ୍ରାନ୍ତ ରହିଥିବା ବେଳେ 3 ଜଣ ମହିଳା ଆକ୍ରାନ୍ତ ରହିଛନ୍ତି।

କଟକରେ ଆଉ 71 କୋରୋନା ପଜିଟିଭ ଚିହ୍ନଟ

ସ୍ଥାନୀୟ ଅଞ୍ଚଳରୁ 30 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଗୋପାଳପୁର, ମହାନଦୀ ବିହାର, ଲିଙ୍କ ରୋଡ ଓ କଲ୍ୟାଣି ନଗରରୁ ସର୍ବାଧିକ 3 ଜଣ ଲେଖାଏଁ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିଭଳି ଜଗତପୁର ଓ ସିଡିଏ ସେକ୍ଟର 10ରୁ 2 ଜଣ ଲେଖାଏଁ କୋରୋନା ସଂକ୍ରିମିତ ଚିହ୍ନଟ ହୋଇଛନ୍ତି। ଶିଖରପୁର, ଦରଘାପାଟଣା, ଚାଉଳିଆଗଞ୍ଜ, ପାଲା ମଣ୍ଡପ, ଭାନପୁର, ଖାନନଗର, ନୂଆପଡ଼ା ଆଦି ଅଞ୍ଚଳରୁ ଜଣେ ଲେଖାଏଁ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

କଟକ ମହାନଗର ନିଗମରେ ମୋଟ ୧୪ ହଜାର ୧୦୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୩ ହଜାର ୧୪୪ ଜଣ ସୁସ୍ଥ ହୋଇ ଫେରିଛନ୍ତି। ଏହାସହ 63 ଜଣ କୋରୋନ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ବର୍ତ୍ତମାନ କଟକରେ 895 ସକ୍ରିୟ ଆକ୍ରାନ୍ତ ରହିଛନ୍ତି। ସମସ୍ତ ସକ୍ରିୟ ଆକ୍ରାନ୍ତଙ୍କୁ ବିଭିନ୍ନ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details