ଓଡିଶା

odisha

ETV Bharat / city

କଟକଣାରେ ଅଁଳା ନବମୀ, ରାଧାପାଦ ଦର୍ଶନ କଲେ ଶ୍ରଦ୍ଧାଳୁ - nuagaon matha

କୋରୋନା କଟକଣାରେ ନୂଆଗାଁ ମଠ ପରିସରରେ ରାଧାପାଦ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଅଧିକ ପଢନ୍ତୁ...

କଟକଣାରେ ନୂଆଗାଁ ମଠ ପରିସରରେ ରାଧାପାଦ ଦର୍ଶନ
କଟକଣାରେ ନୂଆଗାଁ ମଠ ପରିସରରେ ରାଧାପାଦ ଦର୍ଶନ

By

Published : Nov 12, 2021, 11:06 AM IST

କଟକ: ଆଜି ପବିତ୍ର ଅଁଳା ନବାମୀ । ଏହି ଦିନ ରାଧାପାଦ ଦର୍ଶନ କଲେ ପୂଣ୍ୟ ପ୍ରାପ୍ତି ହୋଇଥାଏ । କୋରୋନା କଟକଣାରେ ନୂଆଗାଁ ମଠ ପରିସରରେ ରାଧାପାଦ ଦର୍ଶନ ପାଳନ ହେଉଛି । ପ୍ରଚଳିତ ପ୍ରଥା ଅନୁସାରେ ପବିତ୍ର ଅଁଳା ନବମୀ ତିଥିରେ ରାଧା ପାଦ ଦର୍ଶନ କଲେ କୋଟି ଜନ୍ମ ପାଇଁ ରାଧାକୃଷ୍ଣ ଆଶିଷ ମିଳେ । ଏଭଳି ପରମ୍ପରା କାହିଁ କେଉଁ କାଳରୁ ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ପାଳନ କରାଯାଉଛି। ଆଜି ପ୍ରତଃରୁ ରାଧା ପାଦ ଦର୍ଶନ ଆରମ୍ଭ ହୋଇଛି । କୋରୋନା କଟକଣା ଅନୁସାରେ ରାଧାପାଦ ଦର୍ଶନ କରୁଛନ୍ତି ଭକ୍ତ ।

କଟକଣାରେ ନୂଆଗାଁ ମଠ ପରିସରରେ ରାଧାପାଦ ଦର୍ଶନ

କଟକ ଜିଲ୍ଲା ନିଆଳି ବ୍ଳକର ନୂଆଗାଁ ଗ୍ରାମରେ ଅଧିଷ୍ଠାତ୍ରୀ ଦେବୀ ମା’ ରାଧା ପାଞ୍ଚ ଶହ ବର୍ଷ ତଳୁ ପୂଜା ପାଇ ଆସୁଛନ୍ତି । ପ୍ରତିବର୍ଷ ପରି ଆଜି ମଧ୍ୟ ଭକ୍ତମାନଙ୍କ ଲାଗି ପବିତ୍ର ତିଥିରେ ରାଧା ପାଦ ଦର୍ଶନ ଅନୁଷ୍ଠିତ ହେଉଛି । ମଠ ପରିସରେ ପ୍ରଭୁ ଶ୍ରୀକୃଷ୍ଣ, ଜଗନ୍ନାଥ ଓ ହନୁମାନ ପୂଜା ପାଉଛନ୍ତି । ରାଧା ପାଦ ଦର୍ଶନ ସଂନ୍ଧ୍ୟା ଯାଏଁ ଜାରି ରହିବ।

ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ

ABOUT THE AUTHOR

...view details