କଟକ: ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ଅଫଲାଇନ ମାଟ୍ରିକ ସ୍ବତନ୍ତ୍ର ପରକ୍ଷା । ପରୀକ୍ଷା ପାଇଁ ସମସ୍ତ ପରୀକ୍ଷା କେନ୍ଦ୍ରରେ ସମସ୍ତ ପ୍ରକାର ସୁବିଧା କରାଯାଇଛି । କୌଣସି ପ୍ରକାର ଅସୁବିଧା ପରିଲକ୍ଷିତ ହୋଇନାହିଁ । କୋଭିଡ କଟକଣା ଭିତରେ ପରୀକ୍ଷା ହେଉଛି ଏବଂ ସମସ୍ତ କେନ୍ଦ୍ରରେ ସୁରୁଖୁରୁରେ ପରୀକ୍ଷା ଚାଲିଛି ବୋଲି କହିଛନ୍ତି ବୋର୍ଡ ପରୀକ୍ଷା କଣ୍ଟ୍ରୋଲର ।
ସସସ୍ତ କୋଭିଡ-୧୯ ପ୍ରୋଟୋକଲକୁ ମାନି ଅଫଲାଇନରେ ପରୀକ୍ଷା କରାଯାଉଛି । କୋଭିଡ ନିୟମ ପାଳନ ପାଇଁ ସମସ୍ତ ଜିଲ୍ଲାକୁ ଏସଓପି ପଠାଯାଇଛି । ରାଜ୍ୟରେ ସମସ୍ତ କେନ୍ଦ୍ରର ନିୟମ କୋଭିଡ ନିୟମ ପାଳନ କରି ପରୀକ୍ଷା କରାଯାଉଛି । ପରୀକ୍ଷା କେନ୍ଦ୍ରକୁ ଆସିବା ମାତ୍ରେ ଫାଟକ ପାଖରେ ପିଲାଙ୍କ ଥର୍ମାଲ ସ୍କିନିଂ କରାଯାଇଛି । ମୋବାଇଲ ବ୍ୟବହାର କରିବା ଉପରେ କଟକଣା ଲାଗିଛି । ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରରେ ଏକ ଜରୁରୀକାଳିନ ସ୍ବତନ୍ତ୍ର ଗୃହର ବ୍ୟବସ୍ଥା କରାଯାଇଛି ।