ଓଡିଶା

odisha

ETV Bharat / city

ମେ' 3 ରୁ ଦିନ 2ଟା ପରେ କଟକର ସମସ୍ତ ଦୋକାନ ବଜାର ବନ୍ଦ - ଦୋକାନ ବଜାର ବନ୍ଦ ନିଷ୍ପତି କଟକ

ମେ' 3 ଠାରୁ କଟକର ସମସ୍ତ ଦୋକାନ ବଜାର ଦିନ 2 ରୁ ବନ୍ଦ ରହିବା ନେଇ ବୈଠକରେ ନିଷ୍ପତି । ଅଧିକ ପଢନ୍ତୁ...

ମେ' 3 ରୁ କଟକର ସବୁ ଦୋକାନ ବଜାର ବନ୍ଦ
ମେ' 3 ରୁ କଟକର ସବୁ ଦୋକାନ ବଜାର ବନ୍ଦ

By

Published : Apr 30, 2021, 4:15 PM IST

Updated : Apr 30, 2021, 4:54 PM IST

କଟକ: ମେ' 3 ତାରିଖରୁ ଦିନ 2 ଟା ପର୍ଯ୍ୟନ୍ତ ଖୋଲା ରହିବ ସମସ୍ତ ଦୋକାନ ବଜାର । 2 ଟା ପରଠାରୁ କଟକର ସମସ୍ତ ଦୋକାନ ବଜାର ବନ୍ଦ ରହିବ । ଏନେଇ ଆଜି ସ୍ପଷ୍ଟ କରିଛନ୍ତି ମହାନଗର ନିଗମ କମିଶନର ଅନନ୍ୟା ଦାସ ।

ମେ' 3 ରୁ ଦିନ 2ଟା ପରେ କଟକର ସମସ୍ତ ଦୋକାନ ବଜାର ବନ୍ଦ

ସମସ୍ତ ବଜାର କମିଟି ଓ ପୂଜା କମିଟି ସହ ଆଲୋଚନା ପରେ ଏପରି ନିଷ୍ପତି ନିଆଯାଇଛି । ତେବେ ଏହି ବନ୍ଦରେ ଗମନାଗମନ ଉପରେ ରୋକ ଲାଗିବନି । କେବଳ ଜରୁରୀକାଳୀନ ସେବା ଯେପରି ଔଷଧ ଦୋକାନ ଖୋଲା ରହିବ ।


ତେବେ ଏହାଦ୍ୱାରା ସଂକ୍ରମଣ ରୋକାଯାଇ ପାରିବ ବୋଲି ବୈଠକରେ ଆଲୋଚନା ହୋଇଛି । ଏହି ବନ୍ଦ ଅବଧି 18 ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବା ନେଇ ମଧ୍ୟ ସ୍ପଷ୍ଟ ହୋଇଛି ।

ସେହିପରି ମହାନଗର ନିଗମ ଅଧୀନରେ ମୋଟ 59 ଟି ୱାର୍ଡରେ ଡୋର ଟୁ ଡୋର କୋଭିଡ ଟେଷ୍ଟ ପାଇଁ ଆହୁରି ମୋବାଇଲ ୟୁନିଟ ମୁତୟନ କରାଯିବ ବୋଲି ସିଏମସି କମିଶନର କହିଛନ୍ତି । ଏହାସହ ଯେତିକି କୋଭିଡ ଟେଷ୍ଟ ହୁଏ ସମସ୍ତ ତଥ୍ୟ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ତ୍ୟ କେନ୍ଦ୍ରକୁ ପଠାଯିବ । ସେଠାରେ ଟେଷ୍ଟିଂ କରିଥିବା ବ୍ୟକ୍ତି ସେମାନଙ୍କ ରିପୋର୍ଟ ସହଜରେ ପାଇ ପାରିବେ ।


ଅନ୍ୟପଟେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ମେଡିକାଲ ବେଡ଼ ବୃଦ୍ଧି ପାଇଁ ମଧ୍ୟ ସ୍ଥିର ହୋଇଛି । ଉଭୟ ସରକାରୀ ଓ ବେସରକାରୀ ମେଡିକାଲରେ ବେଡ଼ ବୃଦ୍ଧି କରାଯିବ । ଏସିବି ମେଡିକାଲରେ ଆଇସିୟୁ ମଧ୍ୟ ବୃଦ୍ଧି କରାଯିବ ବୋଲି ସିଏମସି କମିଶନର ଅନନ୍ୟା ଦାସ ସୂଚନା ଦେଇଛନ୍ତି ।



କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Apr 30, 2021, 4:54 PM IST

ABOUT THE AUTHOR

...view details