ଓଡିଶା

odisha

ETV Bharat / city

ବର୍ଷାରେ ବେହାଲ କଟକ - problem

ଗତ ଦୁଇ ଦିନ ଧରି ରାଜ୍ୟରେ ଲାଗି ରହିଛି ମୌସୁମୀ ଜନିତ ବର୍ଷା । ଫଳରେ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଅବସ୍ଥା । ସେପଟେ ବର୍ଷା ଆରମ୍ଭରୁ କଟକ ସହର ବେହାଲ । ବିଶେଷ କରି କାଜିବଜାର, ରୋଭରଷ୍ଟ୍ରିଟ, ସୂତାହାଟ, ପଟାପୋଲ ଆଦି ଅଞ୍ଚଳରେ ବନ୍ୟା ସ୍ଥିତି । ରାସ୍ତା ଉପରେ ପାଣି ଜମି ରହିଥିବାରୁ ଘରୁ ବାହାରିବା ମୁସ୍କିଲ ହୋଇପଡିଛି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, କଟକ

By

Published : Jul 1, 2019, 9:39 PM IST

କଟକ: ଲଘୁଚାପ ବର୍ଷାରେ ବେହାଲ କଟକ ସହର। ସହରର ଅନେକ ସ୍ଥାନରେ ଆଣ୍ଠୁଏ ଉପରେ ପାଣି। ବର୍ଷାଜଳ ଠିକ ଭାବେ ନିଷ୍କାସିତ ହୋଇ ନ ପାରିବାରୁ ସହର ମଧ୍ୟରେ ବନ୍ୟାର ଭ୍ରମ ସୃଷ୍ଟି କରିଛି । ନିହାତି ଆବଶ୍ୟକ ନ ପଡିଲେ ଘରୁ ବାହାରୁ ନାହାନ୍ତି ସହର ବାସିନ୍ଦା।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କଟକ

ବିଶେଷ କରି କାଜିବଜାର, ରୋଭରଷ୍ଟ୍ରିଟ, ସୂତାହାଟ, ପଟାପୋଲ ଆଦି ଅଞ୍ଚଳରେ ବନ୍ୟା ପ୍ରାୟ ସ୍ଥିତି । ରାସ୍ତା ଉପରେ ପାଣି ଜମି ରହିଥିବାରୁ ଘରୁ ବାହାରିବା ମୁସ୍କିଲ ହୋଇପଡିଛି। ତେଣୁ ନିହାତି ଆବଶ୍ୟକ ନ ପଡିଲେ ଘରୁ ବାହାରୁ ନାହାନ୍ତି ଅଞ୍ଚଳବାସୀ । ତେବେ ପରିସ୍ଥିତି ଏମିତି ଯେ ସୋମବାର ସ୍କୁଲ ପିଲାଙ୍କୁ ସ୍କୁଲକୁ ଛାଡି ନାହାନ୍ତି ଅଭିଭାବକ। ତେବେ ପ୍ରତି ବର୍ଷାରେ ଏଭଳି ସମସ୍ୟା ଦେଖାଯାଉଥିବା ବେଳେ ସମସ୍ୟା ସମାଧାନ କରିବାକୁ ଦାବି କରିଛନ୍ତି ସହରବାସୀ।


ତେବେ ଗତ ୨୪ ଘଣ୍ଟା ମଧ୍ୟରେ କଟକ ସହରରେ 81 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସହରରୁ ଜଳ ନିଷ୍କାସନ ପାଇଁ 275ଟି ପମ୍ପରୁ 195ଟି ଜଳ ନିଷ୍କାସନ ପମ୍ପ ବ୍ୟବହାର କରାଯାଇଛି । ଅଗ୍ନିଶମ ବିଭାଗର ୧୫ଟି ଉଚ୍ଚ କ୍ଷମତା ସମ୍ପନ୍ନ ପମ୍ପ ମଧ୍ୟ ବ୍ୟବହାର କରାଯାଇଛି।

ସହରର ବିଭିନ୍ନ ଗୁରୁତ୍ୱପୂର୍ଣ ସ୍ଥାନରେ ସିଏମସି କର୍ମଚାରୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। ସେହିପରି ସିଏମସି ପକ୍ଷରୁ 24 ଘଣ୍ଟିଆ କଣ୍ଟ୍ରୋଲ ରୁମ ମଧ୍ୟ ଖୋଲାଯାଇଛି। ତେବେ ଜଳବନ୍ଦୀ ସମସ୍ୟା ପାଇଁ ସିଏମସି ସମ୍ପୂର୍ଣ ପ୍ରସ୍ତୁତ ଥିବା ସିଏମସି କମିଶନର କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details