କଟକ:ମହିଳାଙ୍କୁ ଏସିଡ୍ ମାଡ଼ । କଟକ ଜିଲ୍ଲା ତିଗିରିଆ ନୂଆପାଟଣାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ମହିଳାଙ୍କୁ ଏସିଡ୍ ମାଡ଼ କରି ଦୁର୍ବୃତ୍ତ ଫେରାର ହୋଇଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।
ନୂଆପାଟଣାରେ ମହିଳାଙ୍କୁ ଏସିଡ୍ ମାଡ଼, ଗୁରୁତର ଅବସ୍ଥାରେ SCBରେ ଭର୍ତ୍ତି - odisha acid attack news
ମହିଳାଙ୍କୁ ଏସିଡ୍ ମାଡ଼ । କଟକ ଜିଲ୍ଲା ତିଗିରିଆ ନୂଆପାଟଣାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ମହିଳାଙ୍କୁ ଏସିଡ୍ ମାଡ଼ କରି ଦୁର୍ବୃତ୍ତ ଫେରାର ହୋଇଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଧିକ ପଢ଼ନ୍ତୁ
ମହିଳାଙ୍କୁ ଏସିଡ ମାଡ଼ କରି ଦୁର୍ବୃତ୍ତ ଫେରାର, ଗୁରୁତର ଅବସ୍ଥାରେ SCBରେ ଭର୍ତ୍ତି
ସୂଚନା ଅନୁଯାୟୀ, ଆଜି ଭୋର 4ଟାରେ ଗ୍ରାମର ଜଣେ ମହିଳା ଘରୁ ବାହାରକୁ ଆସିବା ବେଳେ ହଠାତ କେହି ଦୁର୍ବୃତ୍ତ ଏସିଡ ମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଉକ୍ତ ମହିଳାଙ୍କ ଶରୀରର 50 ଭାଗ ପୋଡ଼ିଯାଇଥିବା ଜଣାପଡ଼ିଛି । ପ୍ରଥମେ ତାଙ୍କୁ ତିଗିରିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ତେବେ କାହିଁକି ଏବଂ କେଉଁ କାରଣରୁ ଏସିଡ ମାଡ଼ ହୋଇଛି କାରଣ ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ତିଗିରିଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଇଟିଭି ଭାରତ, କଟକ
Last Updated : Jul 13, 2022, 12:20 PM IST