ଓଡିଶା

odisha

ETV Bharat / city

ଲକ୍‌ଡାଉନ୍‌ ନିୟମ ଉଲଙ୍ଘନ, ରୁଜୁ ହୋଇଛି ୭୩୪୫ଟି ମାମଲା - ପୋଲିସ ମୁଖ୍ୟାଳୟ

ଗତ ମାର୍ଚ୍ଚ ୨୪ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ୭୩୪୫ଟି ମାମଲା ରୁଜୁ କରାଯାଇଥିବା ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଲକ୍‌ଡାଉନ୍‌  ନିୟମ ଉଲଙ୍ଘନ, ରାଜ୍ୟରେ ରୁଜୁ ହୋଇଛି  ୭୩୪୫ ଟି ମାମଲା
ଲକ୍‌ଡାଉନ୍‌ ନିୟମ ଉଲଙ୍ଘନ, ରାଜ୍ୟରେ ରୁଜୁ ହୋଇଛି ୭୩୪୫ ଟି ମାମଲା

By

Published : Aug 10, 2020, 7:10 PM IST

କଟକ: କୋରୋନା ଭାଇରସର ପ୍ରକୋପକୁ ରୋକିବା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ହୋଇଥିଲା । ସରକାର ବାରମ୍ବାର ଲୋକଙ୍କୁ ଘରେ ରହି ଲକ୍‌ଡାଉନ୍‌ ନିୟମର ପାଳନ କରିବାକୁ ଅପିଲ୍ କରୁଥିଲେ। କିନ୍ତୁ କିଛି ଲୋକ ଏହାକୁ ଖୋଲାଖୋଲି ଭାବରେ ଉଲଂଘନ କରୁଥିଲେ । ତେବେ ଲକ୍‌ଡାଉନ୍‌ ନିୟମ ଉଲଂଘନ କରିବା ଅଭିଯୋଗରେ ରାଜ୍ୟରେ ଥିବା ବିଭିନ୍ନ ଥାନାରେ ଏବେସୁଦ୍ଧା ମୋଟ ୭୩୪୫ଟି ମାମଲା ରୁଜୁ କରାଯାଇଛି।

ଗତ ମାର୍ଚ୍ଚ ୨୪ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ୭୩୪୫ଟି ମାମଲା ରୁଜୁ କରାଯାଇଥିବା ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଗତକାଲି ସକାଳଠାରୁ ଆଜି ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଥାନାରେ ୭ ଟି ମାମଲା ରୁଜୁ କରାଯାଇଛି। ତେବେ ସମସ୍ତ ୭ ଟି ମାମଲା ଲକ୍‌ଡାଉନ୍‌ ନିୟମ ଉଲଂଘନ କରିବା ଅଭିଯୋଗରେ ରୁଜୁ ହୋଇଥିବା ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details