କଟକ: ଭିଜିଲାନ୍ସର କଡା କାର୍ଯ୍ୟାନୁଷ୍ଠାନ । କଟକ ଆର ଆଣ୍ଡ ବିର 6 ସରକାରୀ କର୍ମଚାରୀଙ୍କ ସମେତ ଠିକାଦାର ଗିରଫ । କଟକ ତାଳଦଣ୍ଡା କେନାଲ ଉପରେ ହୋଇଥିବା ଓଭର ବ୍ରିଜ କାମ ନିମ୍ନମାନର ହୋଇଥିବା ଦର୍ଶାଇ ହାଇକୋର୍ଟର ରେ ଏକ ଜନ ସ୍ବାର୍ଥ ମାମଲା ଦାଏର ହୋଇଥିଲା । ହାଇକୋର୍ଟ ଏନେଇ ଭିଜିଲାନ୍ସକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ତାଳଦଣ୍ଡା କେନାଲ ଓଭର ବ୍ରିଜ ଦୁର୍ନୀତି ମାମଲା, 6 ଗିରଫ - ତାଳଦଣ୍ଡା କେନାଲ
ଭିଜିଲାନ୍ସର ବଡ ଆକ୍ସନ । ତାଳଦଣ୍ଡା କେନାଲ ଓଭର ବ୍ରିଜ ଦୁର୍ନୀତି ମାମଲାରେ 6 ଜଣଙ୍କୁ ଗିରଫ କଲା ଭିଜିଲାନ୍ସ । ଅଧିକ ପଢନ୍ତୁ...
PHOTO
ମାମଲାର ତଦନ୍ତ କରି ଗୁରୁବାର ଭିଜିଲାନ୍ସ 6 ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଦୁର୍ନୀତିରେ ୪୪ ଲକ୍ଷ ଟଙ୍କାର ଘୋଟାଲା ହୋଇଥିବା ଜଣାପଡିଛି । ଏହି ଘୋଟଲା ୨୦୧୪ ରୁ ୨୦୧୯ ମଧ୍ୟରେ ହାଇଥିଲା । ଗିରଫ ହୋଇଥିବା କର୍ମଚାରୀମାନେ ହେଉଛନ୍ତି କଟକ ରାସ୍ତା ଓ ଗୃହ ନିର୍ମାଣ ବିଭାଗର ୫ ଜଣ ଯନ୍ତ୍ରୀ, ଆକାଉଣ୍ଟାଟ, ଅଧିକ୍ଷଣ ଯନ୍ତ୍ରୀ ବିମଳ ଦାସ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁଧିର ପଣ୍ଡା ସହକାରୀ ଯନ୍ତ୍ରୀ ରଜନୀ ଦଳବେହେରା, ରବିନାରାୟଣ ସାହୁ ସହକାରୀ ଯନ୍ତ୍ରୀ ରଞ୍ଜନ ଦେବତା ଗିରଫଙ୍କୁ କରିଛି ଭିଜିଲାନ୍ସ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ