ଓଡିଶା

odisha

ETV Bharat / city

ଅବକାରୀ ଫ୍ଲାଇଂ ସ୍କ୍ୱାର୍ଡ ଜବତ କଲା ବିପୁଳ ଗଞ୍ଜେଇ

ରବିବାର କଟକରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ 2 ଜଣଙ୍କୁ ଗିରଫ କରିଛନ୍ତି ଅବକାରୀ ଫ୍ଲାଇଂ ସ୍କ୍ୱାର୍ଡ । ଅଧିକ ପଢନ୍ତୁ...

By

Published : Mar 7, 2021, 4:25 PM IST

ଅବକାରୀ ଫ୍ଲାଇଂ ସ୍କ୍ୱାର୍ଡ ଜବତ କଲା ବିପୁଳ ଗଞ୍ଜେଇ
ଅବକାରୀ ଫ୍ଲାଇଂ ସ୍କ୍ୱାର୍ଡ ଜବତ କଲା ବିପୁଳ ଗଞ୍ଜେଇ

କଟକ: ବିପୁଳ ପରିମାଣର ଗଞ୍ଜେଇ ଜବତ । ରବିବାର କଟକରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ 2 ଜଣଙ୍କୁ ଗିରଫ କରିଛନ୍ତି ଅବକାରୀ ଫ୍ଲାଇଂ ସ୍କ୍ୱାର୍ଡ ।

ସୂଚନା ଅନୁଯାୟୀ, ରବିବାର ମଙ୍ଗୁଳି ଛକ ନିକଟରେ ପାଟ୍ରୋଲିଂ କରୁଥିବା ବେଳେ ଏକ କାରରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଅବକାରୀ ଫ୍ଲାଇଂ ସ୍କ୍ୱାର୍ଡ ଖବର ପାଇଥିଲେ । ତୁରନ୍ତ ଉକ୍ତ କାରକୁ ପିଛା କରି କାରଟିକୁ ଧରିବାରେ ସଫଳ ହୋଇଥିଲା ବିଭାଗ । କାରରୁ 55 କେଜି ଗଞ୍ଜେଇ ଜବତ କରିଥିଲା ବିଭାଗ । ଯାହାର ମୂଲ୍ୟ 3 ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି । ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଛି ଅବକାରୀ ଫ୍ଲାଇଂ ସ୍କ୍ୱାର୍ଡ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details