ଓଡିଶା

odisha

ETV Bharat / city

ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ: ଗାଡି ଚକ ଓ ଚାମ୍ବରରୁ 20 ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

କଟକରେ ଦୁଇଟି ସ୍ଥାନରୁ ୧୭୨ କେଜି ଗଞ୍ଜେଇ ଜବତ କଲା କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗ । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଘଟଣାରେ ୩ ବିହାରୀ ମାଫିଆ ଗିରଫ । ଅଧିକ ପଢ଼ନ୍ତୁ

By

Published : Jun 26, 2022, 6:23 PM IST

କଟକରୁ ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ଗିରଫ
କଟକରୁ ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ଗିରଫ

କଟକ: କଟକ କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗକୁ ବଡ଼ ସଫଳତା । ଟାଙ୍ଗି ଟୋଲଗେଟ ଏବଂ ଓଏମପି ଛକରୁ ପ୍ରାୟ ୧୭୨ କେଜି ଗଞ୍ଜେଇ ଜବତ କରିଛି ବିଭାଗ । ମାମଲାରେ ୩ଜଣକୁ ଗିରଫ କରାଯାଇଛି । ସମସ୍ତ ୩ ଅଭିଯୁକ୍ତ ବିହାରର ହୋଇଥିବା ସୂଚନା ମିଳିଛି ।

କଟକରୁ ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ଗିରଫ

ଅନ୍ତର୍ଜାତୀୟ ନିଶା ନିବାରଣ ଦିବସରେ କଟକ କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗକୁ ମିଳିଛି ବଡ଼ ସଫଳତା । ଗୋଟିଏ ସ୍ଥାନରେ ଅଭିନବ ଢ଼ଙ୍ଗରେ ଗାଡି ଚକରେ ଗଞ୍ଜେଇ ଚାଲାଣ ହେଉଥିବାବେଳେ ବିଭାଗ ଚଢ଼ାଉ କରିଛି । ସେହିପରି ଆଉ ଗୋଟିଏ ସ୍ଥାନରେ ବୋଲେରୋ ଗାଡିର ସ୍ବତନ୍ତ୍ର ଚାମ୍ବରରେ ଗଞ୍ଜେଇ ଚାଲାଣ ହେଉଥିବା ପଡ଼ିଛି ଏହି ବିଭାଗ ହାତରେ । ଏହିପରି ଭାବରେ କଟକ ଟାଙ୍ଗି ଟୋଲଗେଟ ଏବଂ ଓଏମପି ଛକରୁ ୧୭୨ କେଜି ଗଞ୍ଜେଇ ଜବତ କରିଥିବା ଗୁଇନ୍ଦା ବିଭାଗ ଅଧିକାରୀ ପ୍ରକାଶ କରିଛନ୍ତି । ଏଗୁଡ଼ିକର ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଥିବାବେଳେ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଛି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details