ଓଡିଶା

odisha

ETV Bharat / city

ଏସସିବିରେ ଖୋଲିଲା ୨୪ ଘଣ୍ଟିଆ ଜରୁରୀକାଳୀନ ଲୋକସମ୍ପର୍କ କାର୍ଯ୍ୟାଳୟ - 24x7 emergency public relatio office

କଟକ ଏସସିବିରେ ଖୋଲିଲା ୨୪ ଘଣ୍ଟିଆ ଜରୁରୀକାଳୀନ ଲୋକସମ୍ପର୍କ କାର୍ଯ୍ୟାଳୟ । ଅଧିକ ପଢନ୍ତୁ...

24x7-emergency-public-relatio-office-with-toll-free-help-line-no-inaugurated-in-cuttack
ଏସସିବିରେ ଖୋଲିଲା ୨୪ ଘଣ୍ଟିଆ ଜରୁରୀକାଳୀନ ଲୋକସମ୍ପର୍କ କାର୍ଯ୍ୟାଳୟ

By

Published : Feb 15, 2020, 2:57 AM IST

କଟକ: ଏସସିବିରେ ଖୋଲିଲା ୨୪ ଘଣ୍ଟିଆ ଜରୁରୀକାଳୀନ ଲୋକସମ୍ପର୍କ କାର୍ଯ୍ୟାଳୟ । ସରକାରୀ ବ୍ୟବସ୍ଥାରେ ପ୍ରଥମ ମେଡିକାଲ କଲେଜ ଭାବେ କଟକ ବଡ଼ମେଡିକାଲରେ ଏହି ସେବା ଆରମ୍ଭ ହୋଇଛି ।

ଏସସିବିରେ ଖୋଲିଲା ୨୪ ଘଣ୍ଟିଆ ଜରୁରୀକାଳୀନ ଲୋକସମ୍ପର୍କ କାର୍ଯ୍ୟାଳୟ

‘ମୋ ସରକାର’ ଓ ‘୫ଟି’ ଯୋଜନାରେ ଟୋଲ ଫ୍ରି ନମ୍ବର ୧୮୦୦୩୪୫୯୫୯୫ ଓ ଲ୍ୟାଣ୍ଡ ଲାଇନ ନମ୍ବର ୦୬୭୧-୨୪୧୧୪୭୭ ଜାରି କରାଯାଇଛି । ଯାହାକି ପ୍ରତିଲୋକଙ୍କୁ ସବୁ ସମୟରେ ସାହାଯ୍ୟ କରିବ ଓ ସହାୟତା ଦେବ। ବଡ଼ ଧରଣର ଦୁର୍ଘଟଣା ହେଲେ ଅଥବା କେହି ଗୁରୁତର ରୋଗୀ ଏସସିବିକୁ ଚିକିତ୍ସା ପାଇଁ ଆସିବାକୁ ଚାହୁଁଥିଲେ ଏହି ଟୋଲ ଫ୍ରି ନମ୍ବରରେ ଯୋଗାଯୋଗ କରିପାରିବେ ।

ଏହି ନମ୍ବରରେ ୨୪ ଘଣ୍ଟିଆ ସେବା ବ୍ୟବସ୍ଥା ଯୋଗାଇ ଦିଆଯିବ । ସେଣ୍ଟ୍ରାଲ ସିକ୍ୟୁରିଟି କଣ୍ଟ୍ରୋଲ ରୁମ ଟୋଲ ଫ୍ରି ନମ୍ବରକୁ କଲ ଆସିଲେ ତୁରନ୍ତ ଅପରେଟରମାନେ ସମସ୍ତ ବିଭାଗୀୟ ମୁଖ୍ୟ, କାଜୁଆଲିଟି ତଥା ସମସ୍ତ ବିଭାଗକୁ କଣ୍ଟ୍ରୋଲ ରୁମକୁ ସୂଚନା ଦେବେ । ଏପରିକି ଯଦି କୌଣସି ବଡ ଧରଣର ଦୁର୍ଘଟଣା ନେଇ ଖବର ଟୋଲ ଫ୍ରି ନମ୍ବରକୁ ଆସେ ତେବେ ତୁରନ୍ତ କଣ୍ଟ୍ରୋଲ ରୁମରୁ ଏସସିବି କର୍ତ୍ତୃପକ୍ଷ, ସମସ୍ତ ବିଭାଗୀୟ ମୁଖ୍ୟ, ଜିଲ୍ଲାପ୍ରଶାସନ, ପୋଲିସ, ଅଗ୍ନିଶମ ବିଭାଗ, ଆମ୍ବୁଲାନ୍ସ, ସ୍ବେଚ୍ଛାସେବୀ ସଙ୍ଗଠନକୁ ଖବର ଦିଆଯିବ ।

ତେବେ ଏହି ଲୋକାର୍ପଣ ଉତ୍ସବରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ, ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ସ୍ଥାନୀୟ ବିଧାୟକ ସୋଭିକ ବିଶ୍ବାଳ ଓ ବିଧାୟିକା ଉଷା ଦେବୀ ଉପସ୍ଥିତ ଥିଲେ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details