ଓଡିଶା

odisha

ପାର୍ବଣରେ ସୁରକ୍ଷା ଦେବ CCTV: ସାବାଡ ହେବେ ଅପରାଧୀ, ଶୃଙ୍ଖଳିତ ହେବ ସହର

କଟକ ସହରକୁ ଜଗିବ CCTV । ସହରର ଏକାଧିକ ସ୍ଥାନରେ ଲାଗିଲା ୧୦୭ଟି ସିସିଟିଭି । ୨୪ ଘଣ୍ଚା ଚାଲିବ ମନିଟରିଂ । ଭିଡ ନିୟନ୍ତ୍ରଣ, ଆଇନଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣରେ ପ୍ରଭାବଶାଳୀ ହେବ ପୋଲିସ ସେବା । ଅଧିକ ପଢନ୍ତୁ...

By

Published : Oct 13, 2021, 8:49 PM IST

Published : Oct 13, 2021, 8:49 PM IST

Updated : Oct 13, 2021, 9:15 PM IST

୨୪ ଘଣ୍ଟିଆ CCTV ନଜରରେ କଟକ, ଆଇନ ଶୃଙ୍ଖଳା ଓ ଭିଡ ନିୟନ୍ତ୍ରଣ ହେବ ସୁଗମ
୨୪ ଘଣ୍ଟିଆ CCTV ନଜରରେ କଟକ, ଆଇନ ଶୃଙ୍ଖଳା ଓ ଭିଡ ନିୟନ୍ତ୍ରଣ ହେବ ସୁଗମ

କଟକ:ହଜାର ବର୍ଷର ସହର କଟକ । ସର୍ବଦା ଏହି ବ୍ୟସ୍ତ ତଥା ଜନସଂଖ୍ୟା ବହୁଳ ରୌପ୍ୟ ନଗରୀ ଛୋଟବଡ଼ ଅପରାଧ ପାଇଁ ଖବରର ଶିରୋନାମରେ ଥାଏ । ଜନସଂଖ୍ୟା ଓ ଗହଳି ଦୃଷ୍ଟିରୁ ସବୁ ସ୍ଥାନରେ ପୋଲିସର ଉପସ୍ଥିତ ନଥିବାରୁ ଅପରାଧୀମାନେ ସହଜରେ ଅପରାଧ କରି ଖସି ଚାଲିବାରେ ସଫଳ ହୁଅନ୍ତି। ବିଶେଷ କରି ପାର୍ବଣ ସମୟରେ ଅପରାଧୀଙ୍କ ସକ୍ରିୟତା ପୋଲିସ ପାଇଁ ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜେ। ଏପରି ସମୟରେ ପାର୍ବଣର ରଙ୍ଗକୁ ଫିକା କରେ ଅପରାଧୀଙ୍କ ଉତ୍ପାତ । ତେବେ ସୟମ ବଦଳିବା ସହ ଏପରି ସ୍ଥିତିର ସ୍ମାର୍ଟ ମୁକାବିଲା ପାଇଁ ସ୍ମାର୍ଟ ପନ୍ଥା ଗ୍ରହଣ କରିଛି କମିଶନରେଟ ପୋଲିସ ।

୨୪ ଘଣ୍ଟିଆ CCTV ନଜରରେ କଟକ, ନିସ୍ତାର ପାଇବେନି ଅଭ୍ୟାସଗତ ଅପରାଧୀ

ପୁରା କଟକ ସହର ଏବେ CCTV ସର୍ଭିଲାନ୍ସରେ । ସହରର ପ୍ରମୁଖ ୧୮ଟି ସ୍ଥାନରେ ଲଗାଯାଇଛି ୧୦୭ ଟି CCTV । ଯାହା ଫଳରେ ପୋଲିସର ଅପରାଧ ଦମନ ପ୍ରକ୍ରିୟାକୁ ଆହୁରି ମଜଭୁତ କରିଛି ଏହି ସ୍ମାର୍ଟ ସର୍ଭିଲାନ୍ସ ପ୍ରକ୍ରିୟା । ସହରର ରାସ୍ତାଘାଟରେ ଲାଗିଥିବା CCTVର ସମସ୍ତ ଫିଡକୁ କଟକ DCPଙ୍କ କାର୍ଯ୍ୟାଳୟରେ ଥିବା କଣ୍ଟ୍ରୋଲ ରୁମରେ ୨୪ ଘଣ୍ଟିଆ ମନିଟରିଂ କରାଯିବାର ବ୍ୟବସ୍ଥା କରାଯାଇଛି । ଫଳ ସ୍ବରୂପ ଅପରାଧ ଠାରୁ ଆରମ୍ଭ କରି ଟ୍ରାଫିକ ନିୟନ୍ତ୍ରଣ ପର୍ଯ୍ୟନ୍ତ ସବୁ କ୍ଷେତ୍ର ଉପରେ ଏହି ନିୟନ୍ତ୍ରଣ କକ୍ଷ ତୀକ୍ଷ୍ଣ ନଜର ରହିଛି । ୩ଟି ସିଫ୍ଟରେ ୩୦ ଜଣ ପ୍ରଶିକ୍ଷିତ କର୍ମଚାରୀ ଏହି ନିୟନ୍ତ୍ରଣ କକ୍ଷରେ କାର୍ଯ୍ୟରତ ରହୁଥିବାବେଳେ ସହରରେ ଘଟୁଥିବା ପ୍ରତିଟି ଗତିବିଧି ଉପରେ ଏମାନଙ୍କ ନଜର ମଧ୍ୟ ରହୁଛି । ବର୍ତ୍ତମାନ ପାର୍ବଣ ଋତୁ ଜାରି ରହିଥିବାରୁ କମିଶନରେଟ ପୋଲିସର ଏହି ସ୍ମାର୍ଟ ସର୍ଭିଲାନ୍ସ ବ୍ଲ୍ୟୁ- ପ୍ରିଣ୍ଟ କଟକିଆଙ୍କୁ ସାମାନ୍ୟ ଆଶ୍ବସ୍ତ କରିଛି ।

ବିଶେଷ କରି ପାର୍ବଣ ଋତୁ ସମୟରେ ସିସିଟିଭିର ଗୁରୁତ୍ବ ବେଶ ଅଧିକ । କାରଣ ମା’ ଙ୍କୁ ଦେଖିବା ପାଇଁ ଭିଡ ହେଉଥିବାରୁ ପୋଲିସ ଓ ପ୍ରଶାସନ ପାଇଁ ଭିଡ ନିୟନ୍ତ୍ରଣ ଓ ଆଇନ ଶୃଙ୍ଖଳା ସ୍ଥିତି ନେଇ ମଧ୍ୟ ଚ୍ଯାଲେଞ୍ଜ ସୃଷ୍ଟି ହୋଇଥାଏ । ଏପରି ସ୍ଥଳେ ପୋଲିସର ଏହି ସ୍ମାର୍ଟ ବ୍ୟବସ୍ଥା ଭିଡ, ଆଇନ ଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣରେ ବେଶ ପ୍ରଭାବଶାଳୀ ରହିବ ବୋଲି ଆଶା କରାଯାଉଛି । ତେବେ ଏହି ସ୍ମାର୍ଟ ବ୍ୟବସ୍ଥା ଆସିବା ପରେ ପୋଲିସ ଉପରେ ସହରବାସୀଙ୍କ ଆହୁରି ଭରସା ବଢିଛି । ବିଶେଷକରି ମହିଳା ସୁରକ୍ଷା ଦିଗରେ ଏପରି ସ୍ମାର୍ଟ ବ୍ୟବସ୍ଥା ଏକ ପ୍ରମୁଖ ଭୂମିକା ଲିଭାଇବ ବୋଲି ପ୍ରକାଶ କରିଛନ୍ତି ସହରବାସୀ ।

ତେବେ ପାର୍ବଣ ଆସିଲେ ଛୋଟ ବଡ଼ ଅପରାଧୀ ହୁଅନ୍ତି ସକ୍ରିୟ । ସାଧାରଣ ଜନତା ହୁଅନ୍ତି ଏମାନଙ୍କ ଶିକାର ଆଶଙ୍କାରେ ଆତଙ୍କିତ ହୋଇ ଉଠନ୍ତି । ହେଲେ କମିଶନରେଟ ପୋଲିସର ଏପରି ସ୍ମାର୍ଟ ବ୍ୟବସ୍ଥା ପରେ କଟକ ସହରର ଅଭ୍ୟାସଗତ ଅପରାଧୀଙ୍କ ଛାତିରେ ଛନକା ପଶିବ ଏଥିରେ ସନ୍ଦେହ ନାହିଁ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : Oct 13, 2021, 9:15 PM IST

ABOUT THE AUTHOR

...view details