ଓଡିଶା

odisha

ETV Bharat / city

ବଜ୍ରପାତରେ 2 ଯୁବକ ମୃତ

କାଳବୈଶାଖୀ ସାଜିଲା କାଳ । ବଜ୍ରପାତ ନେଇଗଲା 2 ନିରୀହ ଜୀବନ। ମୃତ ଯୁବକ 2 ଜଣ କନ୍ଧମାଳର ଶିଶିର ଦିଗଲ ଓ ନୟାଗଡ଼ର ବିଭୂତି ନାୟକ ବୋଲି ଜଣାପଡିଛି ।

By

Published : Apr 27, 2019, 3:57 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ : କାଳବୈଶାଖୀ ସାଜିଲା କାଳ । ବଜ୍ରପାତ ନେଇଗଲା 2 ନିରୀହ ଜୀବନ। ପଡିଆରେ କ୍ରୀଡା ଅଭ୍ୟାସ କରୁଥିବା ବେଳେ କଟକରେ ଏପରି ଅଭାବନୀୟ ଘଟଣା ଘଟିଛି । ଯାହା ଫଳରେ ଲିଭିଯାଇଛି ଦୁଇ ଦୁଇଟି ଜୀବନ ଦୀପ । ମୃତକ 2 ଜଣ ହେଲେ କନ୍ଧମାଳର ଶିଶିର ଦିଗଲ ଓ ନୟାଗଡ଼ର ବିଭୂତି ନାୟକ ବୋଲି ଜଣାପଡିଛି ।

ସୂଚନା ମୁତାବକ, ଟାଙ୍ଗି ଡ୍ରିମ୍ସ କଲେଜ ପରିସରରେ ଥିବା ଖେଳ ପଡ଼ିଆରେ ସ୍କିଲ୍ ଡେଭଲପମେଣ୍ଟ ଟ୍ରେନିଂ ପାଇଁ ଆସିଥିବା 2 ଛାତ୍ର କ୍ରୀଡା ଅଭ୍ୟାସ କରୁଥିଲେ । ଏହିସମୟରେ ଅଚାନକ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ଟଳି ପଡ଼ିଥିଲେ 2 ଯୁବକ । ସେମାନଙ୍କୁ ସଙ୍ଗେ ସଙ୍ଗେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details