ଓଡିଶା

odisha

ସିଏମସିରୁ ୧୧୯ କୋରୋନା ପଜିଟିଭ ଚିହ୍ନଟ

By

Published : Aug 16, 2020, 9:43 PM IST

ସିଏମସି ଅଞ୍ଚଳରୁ ରବିବାର ୧୧୯ଟି କୋରୋନା ପଜିଟିଭ ଚିହ୍ନଟ କରାଯାଇଛି । ସେଥିରୁ ୬୦ ଜଣ ହୋମକ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୨୨ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି। ୩୭ ଜଣ ସ୍ଥାନୀୟ ଆକ୍ରାନ୍ତ ମଧ୍ୟ ରହିଛି । ଅଧିକ ପଢନ୍ତୁ...

ସିଏମସି ଅଞ୍ଚଳରୁ ୧୧୯ କୋରୋନା ପଜିଟିଭ ଚିହ୍ନଟ
ସିଏମସି ଅଞ୍ଚଳରୁ ୧୧୯ କୋରୋନା ପଜିଟିଭ ଚିହ୍ନଟ

କଟକ: ସିଏମସି ଅଞ୍ଚଳରୁ ରବିବାର ୧୧୯ଟି କୋରୋନା ପଜିଟିଭ ଚିହ୍ନଟ କରାଯାଇଛି । ସେଥିରୁ ୬୦ ଜଣ ହୋମକ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୨୨ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି। ୩୭ ଜଣ ସ୍ଥାନୀୟ ଆକ୍ରାନ୍ତ ମଧ୍ୟ ରହିଛି ।

ଏପର୍ଯ୍ୟନ୍ତ କଟକ ମହାନଗର ନିଗମ ଅଞ୍ଚଳରୁ ୨୨୭୦ ଆକ୍ରାନ୍ତ ଚିହ୍ନଟ କରାଯାଇଥିଲା ବେଳେ ୧୩୯୮ ଜଣ ସୁସ୍ଥ ହୋଇ ଫେରିଛନ୍ତି । ୧୨ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ୮୬୦ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ରବିବାର ଜଣଙ୍କର ମୃତ୍ୟୁ ଘଟିଥିବା ନେଇ କଟକ ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details