ଓଡିଶା

odisha

ETV Bharat / city

‘ହମ ଲୋଗ ତୋ ଐସେ ଦିୱାନେ, ଦୁନିଆ କୋ ବଦଲକର ମାନେଙ୍ଗେ’

ବିଧାୟକ ପ୍ରାର୍ଥୀ ଭାବରେ ଏହା ଶେଷ ନିର୍ବାଚନ। ହେଲେ ମଲାଯାଏ ରାଜନୀତି କରିବେ ଏବଂ ଲୋକଙ୍କ ସହ ରହିବେ। ଇଟିଭି ଭାରତକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଆଠଗଡର ବିଜେଡି ବିଧାୟକ ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Apr 17, 2019, 9:46 AM IST

Updated : Apr 17, 2019, 9:59 AM IST

କଟକ: ଜିଲ୍ଲା ଆଠଗଡ। ରାଜ୍ୟ ବିଧାନସଭାର 89 ନିର୍ବାଚନମଣ୍ଡଳୀ । ବିଜେଡିର ଗଡ ଭାବରେ ପରିଚିତ ଆସନ । ଏହି ଆସନରୁ 6 ଥର ନିର୍ବାଚନ ହୋଇଛନ୍ତି ବର୍ତ୍ତମାନର ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଏଥର ବି ବିଜେଡି ଟିକେଟରେ ଲଢୁଛନ୍ତି ରଣେନ୍ଦ୍ର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

1990ରେ ପ୍ରଥମ ଥର ପାଇଁ ଜନତା ଦଳ ଟିକେଟରୁ ବିଜୟୀ ହୋଇଥିଲେ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ପରେ ବିଜୟ ପରେ ବିଜୟ । 2009ରେ ବିଜେଡି ଟିକେଟରୁ ବାଦ ପଡିଥିଲେ ସେ । ହେଲେ 2012 ଉପନିର୍ବାଚନରେ ପୁଣି କମବ୍ୟାକ କରିଥିଲେ ଏହି ଭେଟେରାନ ନେତା ।

ରଣେନ୍ଦ୍ର ପ୍ରତାପ ସ୍ବାଇଁ ୱରଫ ରାଜା ଭାଇ। ଆଠଗଡର ଲୋକପ୍ରିୟ ନେତା। ଏଥର ବି ଶିକ୍ଷା ଏବଂ ସ୍ବାସ୍ଥ୍ୟ ଉପରେ ପ୍ରାଥମିକତା କଥା କହିଛନ୍ତି ରଣେନ୍ଦ୍ର । ଟିକାକରଣର ସଫଳ ରୂପାୟନ ଉପରେ ସେ ଗୁରୁତ୍ବ ଦେଇଛନ୍ତି । ମଡେଲ ସ୍କୁଲ କଥା କହିଛନ୍ତି । ଲୋକଙ୍କ ସେବା କରିବା ତାଙ୍କ ଏକମାତ୍ର କର୍ତ୍ତବ୍ୟ ବୋଲି କହିଛନ୍ତି ଶ୍ରୀଯୁକ୍ତ ସ୍ବାଇଁ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Apr 17, 2019, 9:59 AM IST

ABOUT THE AUTHOR

...view details