ଭୁବନେଶ୍ବର: ପ୍ରକାଶ ପାଇଲା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଲାଗି ଚିଠା ବିଜ୍ଞପ୍ତି । 30 ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଲାଗି ପ୍ରକାଶ ପାଇଛି ସଂରକ୍ଷଣ ତାଲିକା । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ମହିଳାଙ୍କ ଲାଗି 50 ପ୍ରତିଶତ ଅର୍ଥାତ 15 ସିଟ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି ସରକାର ।
ପ୍ରକାଶିତ ଚିଠା ସଂରକ୍ଷଣ ତାଲିକା ଅନୁସାରେ, ଅଣ ସଂରକ୍ଷିତ ବର୍ଗରେ 12, ପଛୁଆ ବର୍ଗରେ 4, ଅନୁସୂଚିତ ଜାତି ବର୍ଗରେ 4 ଓ ଅନୁସୂଚିତ ଜନଜାତି ବର୍ଗରେ 10 ଟି ବ୍ୟବସ୍ଥା କରାଯାଇଛି । ସେହିପରି ତାହା ମଧ୍ୟରେ ଅଣ ସଂରକ୍ଷିତ ବର୍ଗରେ 6 ଜଣ ମହିଳାଙ୍କ ଲାଗି ସଂରକ୍ଷିତ କରାଯାଇଛି । ଏହା ସହ ପଛୁଆ ବର୍ଗରେ 2, ଅନୁସୂଚିତ ଜାତିରେ 2, ଅନୁସୂଚିତ ଜନଜାତି ବର୍ଗରେ 5 ମହିଳାଙ୍କ ଲାଗି ସଂରକ୍ଷିତ କରାଯାଇଛି ।
ଅନୁଗୁଳ ପଛୁଆ ବର୍ଗ ମହିଳାଙ୍କ ଲାଗି ସଂରକ୍ଷିତ, କଟକ ଜିଲ୍ଲା ଅନୁସୂଚିତ ଜାତି ମହିଳାଙ୍କ ଲାଗି ସଂରକ୍ଷିତ, କନ୍ଧମାଳ ଅନୁସୂଚିତ ଜନଜାତି ଲାଗି ସଂରକ୍ଷିତ, କଳାହାଣ୍ଡି ଅଣ ସଂରକ୍ଷଣ କିନ୍ତୁ ମହିଳାଙ୍କ ଲାଗି ସଂରକ୍ଷିତ, କେନ୍ଦୁଝର ପଛୁଆ ବର୍ଗ ଲାଗି ସଂରକ୍ଷିତ ।
କେନ୍ଦ୍ରାପଡା ଅଣ ସଂରକ୍ଷିତ, କୋରାପୁଟ ଅନୁସୂଚିତ ଜନଜାତି ମହିଳାଙ୍କ ଲାଗି ସଂରକ୍ଷିତ, ଖୋର୍ଦ୍ଧା ପଛୁଆ ବର୍ଗ ମହିଳାଙ୍କ ଲାଗି ସଂରକ୍ଷିତ, ଗଜପତି ପଛୁଆ ବର୍ଗ ଲାଗି ସଂରକ୍ଷିତ, ଗଞ୍ଜାମ ଅଣ ସଂରକ୍ଷଣ କିନ୍ତୁ ମହିଳାଙ୍କ ଲାଗି ସଂରକ୍ଷିତ, ଜଗତସିଂହପୁର ଅନୁସୂଚିତ ଜାତିଙ୍କ ଲାଗି ସଂରକ୍ଷିତ, ଝାରସୁଗୁଡା ଅଣ ସଂରକ୍ଷିତ, ଢେଙ୍କାନାଳ ଅଣ ସଂରକ୍ଷିତ କିନ୍ତୁ ମହିଳାଙ୍କ ଲାଗି ସଂରକ୍ଷିତ, ଦେଓଗଡ଼ ଅଣ ସଂରକ୍ଷିତ, ନବରଙ୍ଗପୁର ଅନୁସୂଚିତ ଜନଜାତି ଲାଗି ସଂରକ୍ଷିତ, ନୟାଗଡ଼ ଅନୁସୂଚିତ ଜନଜାତିର ମହିଳାଙ୍କ ଲାଗି ସଂରକ୍ଷିତ, ନୂଆପଡା ଅଣ ସଂରକ୍ଷଣ କିନ୍ତୁ ମହିଳାଙ୍କ ଲାଗି ସଂରକ୍ଷିତ ।