ଓଡିଶା

odisha

By

Published : Oct 18, 2022, 4:40 PM IST

ETV Bharat / city

ଅର୍ଚ୍ଚନା ନାଗ ମାମଲାରେ ଆଗକୁ ଯାଉନି ତଦନ୍ତ, ପୋଲିସ ଉପରେ ଚାପ ପକାଉଛି ବିଜେଡି :କଂଗ୍ରେସ

ଅର୍ଚ୍ଚନା ନାଗ ମାମଲାରେ ତଦନ୍ତରେ ସିଥିଳତାକୁ ନେଇ ଡିଜି ଅଫିସ ସମ୍ମୁଖରେ ଗର୍ଜିଲା ଯୁୁବ କଂଗ୍ରେସ । ପୋଲିସ ପ୍ରଶାସନ ଉପରେ ବିଜୁ ଜନତା ଦଳ ଚାପ ପକାଉଥିବା ଅଭିଯୋଗ ଆଣିଲା କଂଗ୍ରେସ ।

ଅର୍ଚ୍ଚନା ନାଗ ମାମଲାରେ ଆଗକୁ ଯାଉନି ତଦନ୍ତ
ଅର୍ଚ୍ଚନା ନାଗ ମାମଲାରେ ଆଗକୁ ଯାଉନି ତଦନ୍ତ

ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗକୁ ନେଇ ଉଠୁଛି ପଡୁଛି ରାଜ୍ୟ । ରାଜ୍ୟ ରାଜନୀତିରେ ଏହି ମାୟାବିନୀ ଏବେ ହଟଚମଟ ସୃଷ୍ଟି କରିଛି । ଅନେକ ପ୍ରଭାବଶାଳୀ ଏହି ଲେଡି ବ୍ଲାକମେଲର ସହ ସମ୍ପର୍କରେ ରହିଥିଲେ । ନେତା ମନ୍ତ୍ରୀ ଠାରୁ ଆରମ୍ଭ କରି ଅନେକ ସରାକାରୀ ଅଧିକାରୀଙ୍କ ସହ ଅର୍ଚ୍ଚନାଙ୍କ ଫଟୋ ଭାଇରାଲ ପରେ ପାଓ୍ବାର କରିଡରରେ କମ୍ପନ ସୃଷ୍ଟି ହୋଇଛି । ଶାସକ ଦଳର ନେତା ଓ ମନ୍ତ୍ରୀଙ୍କ ସହ ମଧ୍ୟ ଉଠାବସାର ଫଟୋ ଭାଇରାଲ ହୋଇଛି । ବିରୋଧିଙ୍କ ଶିବିରରେ ମଧ୍ୟ ଗଣ୍ଡା ଗଣ୍ଡା ନେତାଙ୍କ ସହ ଲିଙ୍କରେ ଥିଲେ ଅର୍ଚ୍ଚନା ।

ଅର୍ଚ୍ଚନା ନାଗ ମାମଲାରେ ଆଗକୁ ଯାଉନି ତଦନ୍ତ

ଏତେ ସବୁ ପରେ ବି ପୋଲିସର ତଦନ୍ତ ଏବେ ସନ୍ଦେହ ଘେରକୁ ଆସିଛି । ଏହାକୁ ନେଇ ଆଜି ରାସ୍ତାକୁ ଓହ୍ଲାଇଛି ଯୁବ କଂଗ୍ରେସ । ପୋଲିସ ସେବା ଭବନର ଡିଜି କ୍ୟାମ୍ପ ଅଫିସ ଆଗରେ ଧାରଣା ଦେଇଛନ୍ତି ଯୁବ କଂଗ୍ରେସର କର୍ମୀମାନେ । ପୋଲିସ ପ୍ରଶାସନ ଉପରେ ବିଜୁ ଜନତା ଦଳ ଚାପ ପକାଉଥିବାରୁ ତଦନ୍ତ ଆଗକୁ ଯାଇପାରୁନଥିବା ଅଭିଯୋଗ ଆଣିଛି କଂଗ୍ରେସ । ସିନିୟର ପୋଲିସ ଅର୍ଚ୍ଚନାଙ୍କ ସହ ଜଡିତ ଥିବା ନେତାଙ୍କ ନାମ ଚାପି ଦେଉଥିବା ଅଭିଯୋଗ ଆଣି ଡିଜି ଅଫିସ ସମ୍ମୁଖେର ଗର୍ଜିଛି କଂଗ୍ରେସ ।

ଅର୍ଚ୍ଚନା ସହ ୬୪ ବିଜେଡି ବିଧାୟକଙ୍କ ଲିଙ୍କ ଥିଲେ ମଧ୍ୟ ସାରକାର କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନାହାନ୍ତି । ଏଥି ସହ ପୋଲିସ ପ୍ରଶାସନ ଉପରେ ପ୍ରେସର ପକାଯାଉଛି । କେବଳ ଶାସକ ଦଳ ନୁହେଁ ବିରୋଧି ବିଜେପିର କିଛି ନେତା ମଧ୍ୟ ସାମିଲ ଥିବାରୁ ପୋଲିସ ଉପରେ ଚାପ ପକାଉଛି ବିଜେଡି ଦଳ । ଏନେଇ ନିରପେକ୍ଷ ତଦନ୍ତ କର ନଚେତ ଆଗକୁ ପାଓ୍ବାରକରିଡର ବିରୋଧରେ ଲଢେଇ ହେବ ବୋଲି କହିଛି ଯୁବ କଂଗ୍ରେସ । ନମିତା ଭଳି ଅର୍ଚ୍ଚନା ମାମଲା ଚପାଇବାକୁ ଉଦ୍ୟମ କରୁଥିବାରୁ ପଞ୍ଚାୟତ ସ୍ତରରୁ ଏହି ଆନ୍ଦୋଳନ ତୀବ୍ରତର ହେବ ବୋଲି କହିଛନ୍ତି ଯୁବ କଂଗ୍ରେସ ସଭାପତି ସ୍ମୃତି ଲେଙ୍କା ।

ଏହା ମଧ୍ୟ ପଢନ୍ତୁ-Cyclone threat: ଅପରାହ୍ନ 4ଟାରେ ଜରୁରୀକାଳିନ ବୈଠକ ଡାକିଲେ ସରକାର

ଏନେଇ ଯୁବ କଂଗ୍ରେସ ସଭାପତି ସ୍ମୃତି ଲେଙ୍କା କହିଛନ୍ତି ଯେ, '' ଏ କେଳେଙ୍କାରୀ କେବଳ ଅର୍ଚ୍ଚନା ନାଗ ମଧ୍ୟରେ ସୀମିତ ନାହିଁ । ଏହାର ଚେର ଥାର୍ଡ ଫ୍ଲୋର ପର୍ଯ୍ୟନ୍ତ ଲମ୍ବିଛି । ପୋଲିସ ପ୍ରଶାସନିକ ଅଧିକାରୀ, ବିଜୁ ଜନତା ଦଳର ନେତା ଓ ମନ୍ତ୍ରୀ ଏଥିରେ ସାମିଲ ଅଛନ୍ତି । ଯଦି ତଦନ୍ତ କରୁଥିବା ପୋଲିସ ପ୍ରଶାସନ ବିଜୁ ଜନତା ଦଳର ଦବାବ୍‌ରେ ରହିବେ ତେବେ ନିଶ୍ଚିତ ରୂପେ ତଦନ୍ତ ନିରପେକ୍ଷ ହୋଇପାରିବ ନାହିଁ । ଆଜି ଆମେ ଅନୁଭବ କଲୁ କେଉଁଠି ନା କେଉଁଠି ପୋଲିସ ପ୍ରଶାସନ ଉପରେ ବିଜୁ ଜନତା ଦଳର ଦବ୍‌ଦବା ଅଛି । କାରଣ ଏହି କେଳେଙ୍କାରୀରେ ପ୍ରଶାସନିକ ଅଧିକାରୀ ଓ ବିଜୁ ଜନତା ଦଳର ସମ୍ପୂର୍ଣ୍ଣ ସମ୍ପୃକ୍ତି ରହିଛି ।''

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details