ଓଡିଶା

odisha

ETV Bharat / city

ସ୍ମାର୍ଟସିଟି ସଜାଡିବାରେ ବ୍ୟସ୍ତ ଯୁବପିଢି - youth

ଭୁବନେଶ୍ୱରକୁ ପୁଣି ସବୁଜ ସୁନ୍ଦର କରାଇବା ପାଇଁ ଅଣ୍ଟା ଭିଡିଛନ୍ତି ଭୁବନେଶ୍ୱର ଉନ୍ନଉକ୍ତ ଫାଉଣ୍ଡେସନ ଏହି ଯୁବପିଢି ।

ଫଟୋ ସୌଜନ୍ଯ: ପ୍ରତିନିଧି, ଭୁବନେଶ୍ବର

By

Published : May 17, 2019, 4:22 PM IST

ଭୁବନେଶ୍ବର: ଓଡିଶାର ଚିତ୍ର ବଦଳାଇ ଦେଇଛି ସାମୁଦ୍ରିକ ଝଡ ‘ଫନି’ । ବାତ୍ୟା ମାଡରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ରାଜ୍ୟର ଦୁଇ ଜିଲ୍ଲା ପୁରୀ ଓ ଖୋର୍ଦ୍ଧା । ଫନି ଗଲା ପରେ ବି ଏହି ଦୁଇ ଜିଲ୍ଲାର ସ୍ଥିତି ସଙ୍ଗୀନ ରହିଛି । ତେବେ ଫନି ପ୍ରଭାବରେ ଆଜିବି ଅଣ୍ଟା ସଳଖି ପାରୁନି ସର୍ବାଧିକ କ୍ଷତି ସହିଥିବା ରାଜଧାନୀ । ତେଣୁ ଭୁବନେଶ୍ୱରକୁ ପୁଣି ସବୁଜ ସୁନ୍ଦର କରାଇବା ପାଇଁ ଅଣ୍ଟା ଭିଡିଛନ୍ତି ଭୁବନେଶ୍ୱର ଉନ୍ମୁକ୍ତ ଫାଉଣ୍ଡେସନ ଏହି ଯୁବପିଢି।

ଭିଡିଓ ସୌଜନ୍ଯ: ପ୍ରତିନିଧି, ଭୁବନେଶ୍ବର


ଏୟାରପୋର୍ଟ ରୁ ଏଜି ଛକ, କଳିଙ୍ଗ ହସ୍ପିଟାଲ ରୁ ଆଚାର୍ଯ୍ୟ ବିହାର ଆଦି ସବୁ ଛକକୁ ନିଜ ହାତରେ ସଜାଡ଼ୁଛନ୍ତି ଏହି ଯୁବପିଢି । ପ୍ରତିଦିନ ସକାଳୁ 7 ଟାରୁ ଦିନ 10ଟା ପର୍ଯ୍ୟନ୍ତ ରାଜରାସ୍ତା କଡ଼ରେ ପଡି ରହିଥିବା ସମସ୍ତ ଗଛକୁ ଏମାନେ ମିଶି ପୁଣି ଛିଡା କରୁଛନ୍ତି । ଆଉ ତାଙ୍କୁ ଏ କାମରେ ସମସ୍ତ ସହଯୋଗର ହାତ ବଢ଼ାଇଛନ୍ତି ବନ ବିଭାଗ କର୍ମଚାରୀ । ବର୍ତ୍ତମାନ ସୁଦ୍ଧା ସେମାନେ 500 ରୁ ଅଧିକ ପଡି ରହିଥିବା ଗଛକୁ ଆଉ ଥରେ ନୂଆ ଜୀବନ ଦେଉଛନ୍ତି । ତେବେ ଆଗକୁ ଦେଖିବା ବାକି ରହିଲା ଏଭଳି ପ୍ରଶଂସନୀୟ ପଦକ୍ଷେପରେ ଆଉ କେତେ ଯୁବ ପିଢି ସାମିଲ ହେଉଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details