ଓଡିଶା

odisha

ETV Bharat / city

BJD Protest: ବେକାରୀ ସମସ୍ୟା, ଦରଦାମ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଲା BJD

ରାଜ୍ୟରେ ଦେଖା ଦେଇଥିବା ଉତ୍କଟ ବେକାରି ସମସ୍ୟା, ରନ୍ଧନ ଗ୍ୟାସ ଓ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ଆଜି ରାଜରାସ୍ତାକୁ ଓହ୍ଲାଇଛି ବିଜେଡି । ଅଧିକ ପଢନ୍ତୁ

By

Published : Dec 9, 2021, 10:43 AM IST

BJD Protest: ବେକାରୀ ସମସ୍ୟା, ଦରଦାମ ବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଲା ବିଜେଡି
BJD Protest: ବେକାରୀ ସମସ୍ୟା, ଦରଦାମ ବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଲା ବିଜେଡି

ଭୁବନେଶ୍ବର: ରାଜ୍ୟରେ ଦେଖା ଦେଇଥିବା ଉତ୍କଟ ବେକାରି ସମସ୍ୟା, ରନ୍ଧନ ଗ୍ୟାସ ଓ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ଆଜି ରାଜରାସ୍ତାକୁ ଓହ୍ଲାଇଛି ବିଜେଡି(BJD Rally in bhubaneswar) । ଏନେଇ ବିଜେଡି ମୁଖ୍ୟ କାର୍ଯ୍ୟାଳୟରୁ ଏକ ବିଶାଳ ମଟରସାଇକେଲ ରାଲିରେ ବାହାରିଛି ବିଜୁ ଯୁବ ଛାତ୍ର ଜନତା ଦଳ।

BJD Protest: ବେକାରୀ ସମସ୍ୟା, ଦରଦାମ ବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଲା ବିଜେଡି

କେନ୍ଦ୍ର ସରକାରଙ୍କ ଅହେତୁକ ଦର ଦାମ ବୃଦ୍ଧି ପ୍ରତିବାଦ ଆଦି ବିଭିନ୍ନ ଦାବି ନେଇ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଶୋଭାଯାତ୍ରାରେ ବାହାରି ପାଓ୍ବାର ହାଉସ ଛକ ଅଭିମୁଖେ ଦେଇ ୪ ନମ୍ବର ପଡିଆରେ ପହଞ୍ଚିବ । ପରେ ସେଠାରେ ଯୁବ ନେତା ଦେବୀ ରଜନ ତ୍ରିପାଠୀଙ୍କ ସହ ପ୍ରଣବ ବଳବନ୍ତରାୟ, ବ୍ୟୋମକେଶ ରାୟ, ସଞ୍ଜୟ ଦାସବର୍ମା, ଅରୁଣ ସାହୁଙ୍କ ସମେତ ୩୦ ହଜାର ଯୁବ ବିଜେଡି ଛାତ୍ର ଏକାଠି ହେବେ ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ABOUT THE AUTHOR

...view details