ଓଡିଶା

odisha

ETV Bharat / city

ଯୁବ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କଲା ଓଡ଼ିଶା ଟେନିସ ସଂଘ

ଯୁବ ଟେନିସ ପ୍ରତିଭାଙ୍କୁ ସମ୍ମାନିତ କରିବା ପାଇଁ ଓଡ଼ିଶା ଟେନିସ ସଂଘ ପକ୍ଷରୁ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଅଧିକ ପଢ଼ନ୍ତୁ

By

Published : Jan 6, 2022, 6:55 AM IST

ଯୁବ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କଲା ଓଡ଼ିଶା ଟେନିସ ସଂଘ
ଯୁବ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କଲା ଓଡ଼ିଶା ଟେନିସ ସଂଘ

ଭୁବନେଶ୍ବର: ରାଜ୍ୟ ଯୁବ ଟେନିସ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କଲେ ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା । ଯୁବ ଟେନିସ ପ୍ରତିଭାଙ୍କୁ ସମ୍ମାନିତ କରିବା ପାଇଁ ଓଡ଼ିଶା ଟେନିସ ସଂଘ ପକ୍ଷରୁ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ବହୁ ଯୁବ ଟେନିସ କ୍ରୀଡ଼ାବିତ୍‌ ଯୋଗ ଦେଇଥିବାବେଳେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା ।

ଯୁବ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କଲା ଓଡ଼ିଶା ଟେନିସ ସଂଘ

ଓଡ଼ିଶା ଟେନିସ୍‌ ସଂଘ ପକ୍ଷରୁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଇଭେଣ୍ଟରେ ଦମଦାର ପ୍ରଦର୍ଶନ କରିଥିବା ୧୬ ବର୍ଷରୁ କମ୍‌ ଓ ୧୪ ବର୍ଷରୁ କମ୍‌ ଜାତୀୟସ୍ତରୀୟ କ୍ରୀଡ଼ାବିତ୍‌ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ୧୪ ବର୍ଷରୁ କମ୍‌ ୨୦୧୯ ରୋଡ ଟୁ ୱିମ୍ବଲଡନ୍‌ର ବାଳକ ବିଭାଗରେ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଖେଳିଥିବା ପ୍ରଥମ କ୍ରୀଡ଼ାବିତ୍‌ ହେଉଛନ୍ତି ଦେବଶିଷ ସାହୁ । ଏଥିପାଇଁ ତାଙ୍କୁ ବୁଧବାର ଆୟୋଜିତ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଛି ।

ଯୁବ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କଲା ଓଡ଼ିଶା ଟେନିସ ସଂଘ

ସେହିଭଳି ୧୪ ବର୍ଷରୁ କମ ବାଳିକା ବର୍ଗରେ ରାଜ୍ୟରେ ଏକ ନମ୍ବର ରାଙ୍କ୍‌ରେ ରହିଛନ୍ତି ସୋହିନୀ ସଞ୍ଜୟ ମହାନ୍ତି । ତା ସହିତ ସେ ଜାତୀୟ ସ୍ତରରେ ପ୍ରଥମ ୭ ଜଣଙ୍କ ମଧ୍ୟରେ ରହିଛନ୍ତି । ITF ଭଳି ବଡ଼ ଲିଗ୍‌ରେ ସେ ଦମଦାର ପ୍ରଦର୍ଶନ କରି ମେଡାଲ ଓ ଟ୍ରଫି ଜିତିଛନ୍ତି । ଏଥିପାଇଁ ତାଙ୍କୁ ମଧ୍ଯ ଆଜିର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଥିଲା । ୬୦ରୁ ଅଧିକ ଟାଇଟଲ ଜିତିଥିବା ସେ ଓଡ଼ିଶାର ସର୍ବ କନିଷ୍ଠ ଖେଳାଳି । ୨୦୧୯ରେ ସ୍ପେନ୍‌ରେ ଆୟୋଜିତ ୧୧ ବର୍ଷରୁ କମ୍‌ ଟେନ ପ୍ରୋରେ ସେ ତୃତୀୟ ସ୍ଥାନରେ ରହିଥିଲେ ।

ଯୁବ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କଲା ଓଡ଼ିଶା ଟେନିସ ସଂଘ
ଓଡ଼ିଶା ଟେନିସ୍ ଆସୋସିଏସନର ନୂତନ କାର୍ଯ୍ୟାଳୟ ଉଦଘାଟନ

କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସହ କ୍ରୀଡ଼ା ସଚିବ ଭିନିଲ କ୍ରୀଷ୍ଣା ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ଉପସ୍ଥିତ ରହିଥିଲେ । ଏହି ଅବସରରେ ଓଡ଼ିଶା ଟେନିସ୍ ଆସୋସିଏସନର ନୂତନ କାର୍ଯ୍ୟାଳୟକୁ ଉଦଘାଟନ କରାଯାଇଥିଲା ।

ଭୁବନେଶ୍ବରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details