ଭୁବନେଶ୍ବର: ମହଙ୍ଗା ପଡିଲା ବାରରେ ଯୁବତୀଙ୍କ ସହ ଦେଖା ପରେ ରୁମକୁ ନେଇ ବିନା ଅନୁମତିରେ ଶାରୀରିକ ସମ୍ପର୍କ ସ୍ଥାପନ । ଶେଷରେ ଯୁବତୀଙ୍କ ଅଭିଯୋଗ କ୍ରମେ ବନ୍ଧା ହେଲେ ଯୁବକ । ପାହାଳ ଥାନା ପୋଲିସ ଆଜି(ଶୁକ୍ରବାର) ସମ୍ପୃକ୍ତ ଯୁବକଙ୍କୁ ବାନ୍ଧିଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ଭୁବନେଶ୍ବରର ଜଣେ ଲୁଗା ବ୍ୟବସାୟୀ କିଶନ ଅଗ୍ରୱାଲଙ୍କ ସହ ପୀଡିତାଙ୍କ ଏକ ବାରରେ ଦେଖା ହୋଇଥିଲା । ଏହାପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ ହୋଇଥିଲା । ବିଭିନ୍ନ ସ୍ଥାନରେ ମଧ୍ୟ ଦୁହେଁ ଦୁହିଁଙ୍କୁ ଭେଟିଥିଲେ । ହେଲେ ହଠାତ୍ ଦିନେ ଦେଖା କରିବା ପରେ ଯୁବତୀଙ୍କୁ ପାହାଳ ସ୍ଥିତ ରୁମକୁ ନେଇଥିଲେ ଯୁବକ । ସେଠାରେ ଯୁବତୀଙ୍କ ବିନା ଅନୁମତିରେ ଶାରୀରିକ ସମ୍ପର୍କ ରଖିଥିବା ନେଇ ସମ୍ପୃକ୍ତ ଯୁବତୀ ଥାନାରେ ଅଭିଯୋଗ କରିଥିଲେ ।