ଓଡିଶା

odisha

ETV Bharat / city

କଂଗ୍ରେସରେ ବଢୁଛି କନ୍ଦଳ: ନିରଞ୍ଜନଙ୍କ ପ୍ରତି ଅସନ୍ତୁଷ୍ଟ ଯୁବ କଂଗ୍ରେସ କର୍ମୀ

ରାଜଧାନୀ ଭୁବନେଶ୍ବରେ ଶୁକ୍ରବାର ଅପରାହ୍ନ ସମୟରେ କିଛି ଯୁବକଙ୍କୁ ରାମମନ୍ଦିର ଛକରେ ଆକ୍ରମଣ ଘଟଣା । ଘଟଣାକୁ ପ୍ରତିବାଦ କରିବା ସହ ଏଥିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଏଥିରେ ସମ୍ପୃକ୍ତି ଥିବା ଅଭିଯୋଗ ଆଣିଲେ ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନ । ଅଧିକ ପଢନ୍ତୁ...

By

Published : Jun 12, 2020, 10:07 PM IST

Young Congress workers dissatisfied with Niranjan
କଂଗ୍ରେସରେ ବଢୁଛି କନ୍ଦଳ: ନିରଞ୍ଜନଙ୍କ ପ୍ରତି ଅସନ୍ତୁଷ୍ଟ ଯୁବ କଂଗ୍ରେସ କର୍ମୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରସ୍ଥିତ ରାମ ମନ୍ଦିର ଛକରେ ଅପରାହ୍ନ ସମୟରେ କିଛି ଯୁବକଙ୍କୁ ଆକ୍ରମଣ ହୋଇଛି । ତେବେ ଏହି ଘଟଣାକୁ ତୀବ୍ର ବିରୋଧ କରିବା ସହ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଏଥିରେ ସମ୍ପୃକ୍ତି ଥିବା ଅଭିଯୋଗ ଆଣିଛନ୍ତି ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନ ।

କଂଗ୍ରେସରେ ବଢୁଛି କନ୍ଦଳ: ନିରଞ୍ଜନଙ୍କ ପ୍ରତି ଅସନ୍ତୁଷ୍ଟ ଯୁବ କଂଗ୍ରେସ କର୍ମୀ

ଇର୍ଷାନ୍ବିତ ହୋଇ ନିରଞ୍ଜନ କିଛି ଯୁବ କଂଗ୍ରେସ କାର୍ଯ୍ୟକର୍ତ୍ତା ଏବଂ ସମର୍ଥକଙ୍କୁ ପଠାଇ ଏପରି କରିଛନ୍ତି ବୋଲି ସେ କହିଛନ୍ତି । ପ୍ରତିବାଦରେ ଇତିଶ ନିଜ ସମର୍ଥକଙ୍କ ସହ ନିରଞ୍ଜନଙ୍କ ବିରୋଧରେ କଂଗ୍ରେସ ଭବନ ସମ୍ମୁଖରେ ବିକ୍ଷୋଭ କରିବା ସହ କୁଶପୁତ୍ତଳିକା ଦାହ କରିଥିଲେ ।

ଏଥିସହ ଆକ୍ରମଣକାରୀଙ୍କ ବିରୋଧରେ ଖାରବେଳ ନଗର ଥାନାରେ ମାମଲା ରୁଜୁ କରି 24 ଘଣ୍ଟା ମଧ୍ୟରେ ସେମାନଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି । ନଚେତ୍ ଆଗାମୀ ଦିନରେ ସେମାନଙ୍କୁ ଉଚିତ୍ ଜବାବ ଦିଆଯିବ ବୋଲି ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନ ଚେତାବନୀ ଦେଇଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details