ଓଡିଶା

odisha

ETV Bharat / city

ଗୋଟିଏ କ୍ଲିକରେ ମିଳିବ ଏୟାରପୋର୍ଟରେ ହଜିଥିବା ଜିନିଷ

ଏୟାରପୋର୍ଟରେ ଜିନିଷ ହଜିଲେ ଟେନସନ ନିଅନ୍ତୁ ନାହିଁ । ଆପଣ ଫେରି ପାଇବେ ଆପଣଙ୍କ ହଜିଥିବା ଜିନିଷ । ଯେକୌଣସି ଏୟାରପୋର୍ଟରେ ଜିନିଷ ହଜିଲେ ଘରେ ବସି ହଜିଥିବା ଜିନିଷର ତଥ୍ୟ ପାଇବା ସହ ଜିନିଷ ମଧ୍ୟ ପାଇବେ । ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ପକ୍ଷରୁ ଲୋକଙ୍କ ପାଇଁ ନୂଆ ସୁବିଧା ଆଣାଯାଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : Aug 5, 2019, 7:27 PM IST

ଭୁବନେଶ୍ବର: ଲୋକଙ୍କ ପାଇଁ ନୂଆ ସୁବିଧା ଆଣିଛି ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ । ଏଣିକି ଯେକୌଣସି ଏୟାରପୋର୍ଟରେ ଜିନିଷ ହଜିଲେ ଘରେ ବସି ପାଇପାରିବେ ହଜିଥିବା ଜିନିଷର ତଥ୍ୟ । ଏଥିପାଇଁ ଆପଣଙ୍କୁ ଅନଲାଇନରେ ଅଭିଯୋଗ କରିବାକୁ ପଡିବ । ଏହାପରେ କମ୍‌ ସମୟ ମଧ୍ୟରେ ଏବଂ ଖୁବ୍‌ ସହଜରେ ଏୟାରପୋର୍ଟରୁ ଆସି ନିଜ ଜିନିଷ ନେଇ ପାରିବେ । ତେବେ ଏଥିପାଇଁ ଆପଣଙ୍କୁ କୌଣସି ପ୍ରକାର ଚାର୍ଜ ମଧ୍ୟ ଦେବାକୁ ପଡିବ ନାହିଁ । ଗତ ଜୁଲାଇ ମାସରୁ ଆରମ୍ଭ ହୋଇଥିବା ଲଷ୍ଟ ଆଣ୍ଡ ଷ୍ଟୋଲେନ ସେବା ଏବେ ଅନଲାଇନରେ ଉପଲବ୍ଧ ହେଉଛି । ଯାହାର ତ୍ବରିତ ପ୍ରକ୍ରିୟା ଆରମ୍ଭ କରିଛନ୍ତି ଭୁବନେଶ୍ବର ବିଜୁ ପଟ୍ଟନାୟକ କର୍ତ୍ତୃପକ୍ଷ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନା ମୁତାବକ, ଯଦି ଆପଣଙ୍କ କୌଣସି ଜିନିଷ ଏୟାରପୋର୍ଟରେ ହଜିଯାଉଛି ବା ରହିଯାଉଛି, ତା'ର ତଥ୍ୟ ଏୟାରପୋର୍ଟ ଅଥରିଟି ଅନଲାଇନରେ ଅପଲୋଡ କରିବେ । ନିଜ ଜିନିଷର ସୂଚନା ଆପଣ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆର ଅଫିସିଆଲ ୱେବସାଇଟ ଅଥବା http://www.aai.aero/en/lost-found/item-list ୱେବସାଇଟରେ ପାଇପାରିବେ ।

ଏହି ୱେବସାଇଟରେ କ୍ଲିକ କରି ପ୍ରଥମେ ଲଷ୍ଟ ଆଣ୍ଡ ଷ୍ଟୋଲେନ କାଟଲଗକୁ ଯାଇ ଆପଣ ନିଜ ଜିନିଷ ଦେଖିପାରିବେ। ଏହାପରେ ନିଜ ଜିନିଷ ବାବଦରେ ଅଭିଯୋଗ କରିବେ । ତେବେ ନିଜ ଜିନିଷ ଚିହ୍ନଟ କରିବା ପରେ ବୋର୍ଡିଂ ପାସ, ପରିଚୟ ପତ୍ର ଆଦି ଡକୁମେଣ୍ଟ ଦେବାକୁ ପଡିବ । ଏହାପରେ ଅନଲାଇନରେ ଏକ ରିସିପ୍ଟ ମିଳିବ । ଯାହାର ପ୍ରିଣ୍ଟ ଆଉଟ ନେଇ ଆପଣ ଏୟାରପୋର୍ଟ ଲଷ୍ଟ ଆଣ୍ଡ ଷ୍ଟୋଲେନ ସେକ୍ସନରେ ସେହି ରିସିପ୍ଟ ଦେଖାଇ ନିଜ ଜିନିଷ ଗ୍ରହଣ କରିପାରିବେ ।


ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details