ଭୁବନେଶ୍ବର:ଆସନ୍ତା ୧୧ ତାରିଖରେ ଉତ୍ତର ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଆଉ ଏହାର ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷା ଓଡିଶା ଛୁଇଁବ । ସାରା ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି ।
୨୦ ଜିଲ୍ଲାକୁ କାଳବୈଶାଖୀ ନେଇ ୟୋଲୋ ୱାର୍ଣ୍ଣି ଜାରି ଦକ୍ଷିଣ ବିହାର ଉପରେ ଏକ ଘୁର୍ଣ୍ଣିବଳୟ ରହିଛି । ଏହାର ପ୍ରଭାବରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ରବିବାର ସକାଳ ମଧ୍ୟରେ ୨୦ ଜିଲ୍ଲାରେ ବିଜୁଳି, ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ।
ସୋନପୁର, ବୌଦ୍ଧ, ନୂଆପଡା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡା, କୋରାପୁଟ, ମାଲକାନଗିରି, ମୟୁରଭଞ୍ଜ, ବାଲେଶ୍ୱର, କେନ୍ଦୁଝର ଓ ଖୋର୍ଦ୍ଧା ଜିଲ୍ଲାରେ କାଳବୈଶାଖୀ ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି ।
ଗତ ୨୪ ଘଣ୍ଟାରେ କୋରାପୁଟ ଲମତାପୁଟରେ ସର୍ବାଧିକ ୪୫.୪ ମିମି ବର୍ଷା ରେକର୍ଡ କରାଯାଇଛି । ସେମିଳିଗୁଡା ରେ ୩୯.୦ ମିମି ବର୍ଷା ରେକର୍ଡ କରାଯାଇଛି । ବଲାଙ୍ଗୀର ଓ ସୁନ୍ଦରଗଡ଼ରେ ସର୍ବୋଚ୍ଚ ତାପମାତ୍ରା ୪୦.୦ ଡିଗ୍ରୀ ରେକର୍ଡ କରାଯାଇଛି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରୟ, ଇଟିଭି ଭାରତ