ଭୁବନେଶ୍ବର: ରାଜ୍ୟରେ ଗତ କିଛି ଦିନ ହେବ ଖରାଟିଆ ପାଗ ଲାଗି ରହିଥିବାବେଳେ ଏଥିରେ ପରିବର୍ତ୍ତନ ହେବାକୁ ଯାଉଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାକୁ ଘଡିଘଡି ସହ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୯ ଜିଲ୍ଲା, କନ୍ଧମାଳ, ନୟାଗଡ, ଖୋର୍ଦ୍ଧା, କଟକ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବରର ଗୋଟିଏ କିମ୍ବା ୨ଟି ସ୍ଥାନରେ ଘଡଘଡି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ଘଡଘଡି ସହ ବର୍ଷା ପୁର୍ବାନୁମାନ, ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ - ପାଣିପାଗ ଅପଡେଟ
ଏଣିିକି ରାଜ୍ୟରେ ବଦଳିବ ପାଗ । ଘଡଘଡି ସହ ବର୍ଷା ନେଇ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଜ୍ଞାନ କେନ୍ଦ୍ର । ଅଧିକ ପଢନ୍ତୁ...
ଏହାପରେ ଆସନ୍ତା ୨୬ ତାରିଖରୁ ବର୍ଷାର ପରିମାଣ ଆହୁରି ବୃଦ୍ଧି ପାଇ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେପଟେ ଏପର୍ଯ୍ୟନ୍ତ ମୌସୁମୀର ସ୍ଥିତି ଅନୁଯାଇ ରାଜ୍ୟରେ ୩୧ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି । ଜୁନ ପହିଲାରୁ ଆଜି ପର୍ଯ୍ୟନ୍ତ ମୋଟ ୫୮୮.୩ ମିଲିମିଟର ବର୍ଷା ରେକର୍ଡ ହୋଇଛି, ଯାହା ସ୍ବାଭାବିକ ଠାରୁ ୩୧ ପ୍ରତିଶତ କମ ରହିଛି ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି । ସେହିପରି ୨୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବାବେଳେ ମାତ୍ର ୩ଜିଲ୍ଲା, କୋରାପୁଟ, ମାଲକାନଗିରି, ନୂଆପଡାରେ ସ୍ବାଭାବିକ ପରିମାଣର ବର୍ଷା ରେକର୍ଡ ହୋଇଛି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ