ଭୁବନେଶ୍ବର: ରାଜ୍ୟର ୫ ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବିଜୁଳି ,ଘଡଘଡି ବର୍ଷା ନେଇ ୧୪ ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଗତ ୨୪ ଘଣ୍ଟା ଭିତରେ ଉତ୍ତର ଉପକୂଳ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ସହ ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଛି।
ପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ରାଜ୍ୟରେ ଜୁନ ପହିଲାରୁ ଜୁଲାଇ ପହିଲା ପର୍ଯ୍ୟନ୍ତ ୬ ଉପକୂଳ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । ଆଭ୍ୟନ୍ତରୀଣ ଓଡିଶା ଏବଂ ପାର୍ଶ୍ବବର୍ତ୍ତି ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି, ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ଅର୍ଥାତ ୨ ଜୁଲାଇରେ ମଧ୍ୟରେ କୋରାପୁଟ,ରାୟଗଡା,ଗଜପତି, କନ୍ଧମାଳ ଏବଂ ଢେଙ୍କାନାଳ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଛି ।
ସେହିପରି କୋରାପୁଟ,ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ଼,ଖୋର୍ଦ୍ଧା, କଟକ,ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର,ନବରଙ୍ଗପୁର ଏବଂ କଳାହାଣ୍ଡି ଜିଲ୍ଲାର ଗୋଟିଏ ,ଦୁଇଟି ସ୍ଥାନରେ ବିଜୁଳି,ଘଡଘଡି ବର୍ଷା ନେଇ ୟେଲୋ ୱାର୍ନିଙ୍ଗ ଜାରି । ଜୁନ ୧ ରୁ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ୨୫୭ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ୧୪ ପ୍ରତିଶତ ଅଧିକ ବର୍ଷା । ଝାରସୁଗୁଡାରେ ଅଧିକ ବର୍ଷା ରେକର୍ଡ ହୋଇଛି,୧୦ ଜିଲ୍ଲାରେ ୨୦ ପ୍ରତିଶତରୁ ଅଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ୧୩ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି । ୭ ଟି ଉପକୂଳ ଜିଲ୍ଲା ପୁରୀ,କଟକ,କେନ୍ଦ୍ରାପଡା, ଖୋର୍ଦ୍ଧା, ଯାଜପୁର ଓ ଜଗତସିଂହପୁରରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି। ପୁରୀରେ ସବୁଠୁ କମ ବର୍ଷା ରେକର୍ଡ ହୋଇଛି ।
ଗତ ୨୪ ଘଣ୍ଟା ଭିତରେ ଉତ୍ତର ଉପକୂଳ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ସହ ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି । କୋରାପୁଟ ଜିଲ୍ଲାର ଲମତାପୁଟରେ ସର୍ବାଧିକ ୮୮.୪ମିମି ବର୍ଷା ରେକର୍ଡ କରାଯାଇଛି।ସେହିପରି କୋରାପୁଟ ଜିଲ୍ଲା ବନ୍ଧୁଗାଁ ରେ ୮୦ ମିମି,ସମ୍ବଲପୁର ଜିଲ୍ଲା ରାଇରାଖୋଲରେ ୫୨.୦ମିମି,ନୟାଗଡ଼ ଜିଲ୍ଲା ଓଡ଼ଗାଁ ରେ ୪୫.୩ମିମି,କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ରେ ୪୩.୦ମିମି ବର୍ଷା ରେକର୍ଡ କରାଯାଇଛି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ