ଭୁବନେଶ୍ବର: ରାଜ୍ୟର କିଛି ସ୍ଥାନରେ ଆସନ୍ତା 5 ଦିନ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ହେବାର ଆଶଙ୍କା ରହିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା, ପ୍ରବଳ ବେଗରେ ପବନ ବହିବା ସହ ଆସନ୍ତା 24 ଘଣ୍ଟା ଅର୍ଥାତ ସୋମବାର ମଧ୍ୟରେ ବିଜୁଳି ଘଡଘଡି ସହ ବର୍ଷା ନେଇ 17 ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
5 ଦିନ କାଳବୈଶାଖୀ ଆଶଙ୍କା, 17 ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ - ଓଡିଶା ପାଣିପାଗ ବିଭାଗ ପୂର୍ବାନୁମାନ
ଆସନ୍ତା 5 ଦିନ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ହେବାର ଆଶଙ୍କା । ସୂଚନା ଦେଲା ଆଞ୍ଚଳିକ ପାଣିପାଗ ବିଭାଗ । ଅଧିକ ପଢନ୍ତୁ...
କାଳବୈଶାଖୀ ଆଶଙ୍କା ,17 ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ
କେନ୍ଦୁଝର,ମୟୁରଭଞ୍ଜ,ବାଲେଶ୍ୱର,ଭଦ୍ରକ,ଯାଜପୁର,ନୟାଗଡ଼,ମାଲକାନଗିରି,ନବରଙ୍ଗପୁର,କୋରାପୁଟ,ଗଜପତି,ନୂଆପଡା,ରାୟଗଡା,ବରଗଡ଼,ସମ୍ବଲପୁର,ଝାରସୁଗୁଡା,ସୁନ୍ଦରଗଡ ଏବଂ ଦେବଗଡ଼ ଏହି ସବୁ ଜିଲ୍ଲା ଗୁଡିକରେ ଘଡଘଡି ସହ ବର୍ଷା ଏବଂ ଘଣ୍ଟାକୁ 30 ରୁ 40 କିମି ବେଗରେ ପବନ ବହିବା ନେଇ ସତର୍କତା ଜାରି କରାଯାଇଛି । ଗତ 24 ଘଣ୍ଟାରେ ମାଲକାନଗିରିରେ ସର୍ବୋଚ୍ଚ ତାପମାତ୍ରା ୩୯.୫ ଡିଗ୍ରୀ ରେକର୍ଡ କରାଯାଇଛି।ସେହିପରି କୋରାପୁଟ ଜିଲ୍ଲାର ଲମତାପୁଟରେ ସର୍ବାଧିକ ୭୭.୪ ମିମି ବର୍ଷା ରେକର୍ଡ କରାଯାଇଛି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ