ଭୁବନେଶ୍ବର: ଅବସରପ୍ରାପ୍ତ ପ୍ରଶାସନିକ ସେବା ଅଧିକାରୀ ତଥା ଜଣେ ବିଶିଷ୍ଟ ଇଂରାଜୀ ଭାଷାର କବି ଓ ଲେଖକ ବିଜୟ କିଶୋର ସୁନ୍ଦରରାୟଙ୍କ ତିନୋଟି ପୁସ୍ତକ ଶନିବାର ଲୋକାର୍ପିତ ହୋଇଯାଇଛି । ଯେଉଁଥିରେ ଗୋଟିଏ ଉପନ୍ୟାସ ପୁସ୍ତକ "ଆଟ୍ରାକସନ" ହୋଇଥିବାବେଳେ ଅନ୍ୟ ଦୁଇଟି କବିତା ପୁସ୍ତକ ଯଥାକ୍ରମେ "ଦ ସ୍ମାଇଲିଙ୍ଗ ରୋଜ" ଏବଂ "ସନସାଇନ ସୋନାଟା"ଅଟେ ।
ସ୍ଥାନୀୟ ଭଞ୍ଜକଳାମଣ୍ଡପ ଠାରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ଏହାକୁ ପ୍ରଫେସର ରାଜ କିଶୋର ମିଶ୍ର ,ଡକ୍ଟର ଶକୁନ୍ତଳା ବଳିୟାର ସିଂ ଏବଂ ରମେଶ ଚନ୍ଦ୍ର ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଲୋକାର୍ପଣ କରିଛନ୍ତି । ଏହି ଅବସରରେ ଅତିଥିମାନେ ପୁସ୍ତକ ଗୁଡିକର ତର୍ଜମା କରିବା ସହ ସୁନ୍ଦରରାୟ ଦୀର୍ଘ ଲେଖକୀୟ ଜୀବନୀ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ସୁନ୍ଦରରାୟ ଏପର୍ଯ୍ୟନ୍ତ 37ଟି ପୁସ୍ତକ ରଚନା କରିଥିବାବେଳେ ସେଗୁଡିକ ଦେଶ ବିଦେଶରେ ବେଶ ଲୋକାଦୃତ ହୋଇଥିବା କହିଛନ୍ତି ।