ଭୁବନେଶ୍ବର:ଆଜି ବିଶ୍ବ ରେଡିଓ ଦିବସ । ୨୦୧୨ରୁ ଓଡ଼ିଶାରେ ବିଶ୍ଵ ରେଡ଼ିଓ ଦିବସ ପାଳନ କରାଯାଉଛି । ବିଶ୍ଵ ରେଡ଼ିଓ ଦିବସର ପୂର୍ତ୍ତି ଅବସରରେ ଭୁବନେଶ୍ବର ସାମାଜିକ ଅନୁଷ୍ଠାନ ଅସ୍ଥିତ୍ବ ଏବଂ ପ୍ରଶାନ୍ତି ଏଜୁକେସନାଲ ଆଣ୍ଡ ଚାରିଟେବଲ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ୟୁନିଟ ୨ ସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ବିଶ୍ବ ରେଡ଼ିଓ ଦିବସ ପାଳିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ଗଣମାଧ୍ୟମ ଆକ୍ଟିଭିଷ୍ଟ ଇଞ୍ଜିନିଅର ବିରେନ ଦାସ, କେନ୍ଦ୍ର ସରକାରଙ୍କର ସୂଚନା ଓ ପ୍ରସାର ବିଭାଗର ଭୁବନେଶ୍ବର ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟର ପୋଗ୍ରାମ କୋଅର୍ଡିନେଟର ମହେନ୍ଦ୍ର ପ୍ରସାଦ ଜେନା ଓ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ରେଡ଼ିଓର ଉପକାରିତା ନେଇ ଆଲୋଚନା କରାଯାଇଥିଲା । ଏହି ଅବସରରେ ଏକ ପ୍ରତିଯୋଗିତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।