ଓଡିଶା

odisha

ETV Bharat / city

ଚାଷୀଙ୍କ ଆୟ ହେବ ଡବଲ ! ଅଧିକାରୀଙ୍କ ସହ ମନ୍ତ୍ରୀଙ୍କ ମାନସମନ୍ଥନ - ଫୋକସରେ ଚାଷୀ

ଓଡ଼ିଶାରେ ଚାଷୀଙ୍କର ଦୁଇଗୁଣା ଆୟ କେମିତି ହେବ ? ଲକ୍ଷ୍ୟ ହାସଲ କରିବାକୁ କେଉଁ ସବୁ ପଦକ୍ଷେପ ନିଆଯିବ ? ଏ ନେଇ ଚାଲିଛି ଅଧିକାରୀଙ୍କ ସହ ମନ୍ତ୍ରୀଙ୍କ ମାନସମନ୍ଥନ ।

ଫଟୋ ସୌଜନ୍ୟ-ସମ୍ବାଦଦାତା, ଭୁବନେଶ୍ବର

By

Published : Aug 29, 2019, 3:54 PM IST

ଭୁବନେଶ୍ବର: ଓଡ଼ିଶାରେ ଚାଷୀଙ୍କ ଆୟ ଡବଲ କେମିତି ହେବ ? ଲକ୍ଷ୍ୟ ହାସଲ କରିବାକୁ କେଉଁ ସବୁ ପଦକ୍ଷେପ ନିଆଯିବ ? ଏ ନେଇ ଆରମ୍ଭ ହୋଇଛି ମାନସ ମନ୍ଥନ । ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଏକ କର୍ମଶାଳା କରାଯାଇ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ଆଲୋଚନା କରାଯାଇଛି । ବିଶେଷ କରି ଚାଷୀଙ୍କୁ ମାର୍କେଟ ଲିଂକେଜ ସୁବିଧା ଯୋଗାଇବା ଓ ପ୍ରାଥମିକ କୃଷି ସମବାୟ ସମିତିର ଭୂମିକା ଉପରେ ଜୋର ଦିଆଯାଇଛି ।


ରାଜ୍ୟର 87 ପ୍ରତିଶତ ଲୋକେ ଗ୍ରାମାଞ୍ଚଳରେ ବାସ କରୁଛନ୍ତି । ଏମାନଙ୍କ ମଧ୍ୟରୁ କେବଳ 73 ପ୍ରତିଶତ କୃଷି ଉପରେ ନିର୍ଭରଶୀଳ । ସେହିପରି ମୋଟ ଜନସଂଖ୍ୟା ର 38 ପ୍ରତିଶତ ଆଦିବାସୀ, ଦଳିତ । ଏମାନଙ୍କ ସଂଖ୍ୟା ପ୍ରାୟ 1 କୋଟି 50 ଲକ୍ଷ ହେବ । ଏମାନେ ସାଧାରଣତଃ ଜଙ୍ଗଲ ଉତ୍ପାଦ ଉପରେ ନିର୍ଭରଶୀଳ । ଏଣୁ ଏହି ସମ୍ପ୍ରଦାୟ ଉପରେ ଗୁରୁତ୍ବ ଦେଲେ ଅଭିବୃଦ୍ଧି ସମ୍ଭବ ବୋଲି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ।

ଭୂତଳ ଜଳ ବ୍ୟବହାର କ୍ଷେତ୍ରରେ ପଞ୍ଜାବ 85 ପ୍ରତିଶତ ହାସଲ କରିଥିବା ବେଳେ ଓଡିଶା ମାତ୍ର 5 ପ୍ରତିଶତ କରିଛି । ଓଡ଼ିଶାରେ 61 ଲକ୍ଷ ହେକ୍ଟର ଚାଷଜମି ରହିଥିବା ବେଳେ ପ୍ରାୟ 9 ଲକ୍ଷ ହେକ୍ଟର ଚାଷ ଜମି ପଡିଆ ପଡୁଛି । ଏନେଇ କୃଷିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ, ବର୍ତ୍ତମାନ ଓଡ଼ିଶାରେ ଚାଷୀଙ୍କ ଆୟ 16.5% ବଢି ମାସିକ 7739 ରହିଥିବା ବେଳେ ବାର୍ଷିକ ହାରାହାରି ଆୟ 92 ହଜାର ଟଙ୍କା ରହିଛି । ଯାହାକି 2002ରେ ମାତ୍ର 1062 ଟଙ୍କା ରହିଥିଲା । 2011 ଜନଗଣନା ଅନୁସାରେ ବର୍ଷକୁ 2000 ଚାଷୀ ଚାଷରୁ ମୁହଁ ଫେରାଉଥିଲେ । ଯାହାକି କମିବା ବଦଳରେ କ୍ରମାଗତ ଭାବେ ବଢିଚାଲିଛି । ଏଥିରୁ ସ୍ପଷ୍ଟ ଯେ,ମାନ୍ଦା ବସ୍ଥାର ପ୍ରଭାବ ଚାଷୀଙ୍କ ଉପରେ ପଡିଛି । ଆଉ ଏହାର କାରଣ ହେଉଛି ସେମାନେ ପ୍ରାଥମିକ କ୍ୟାଟେଗୋରୀରେ ଅନ୍ତର୍ଭୁକ୍ତ । ଏଣୁ ଘାଟାର ପ୍ରଥମ ପ୍ରହାର ସେମାନଙ୍କ ଉପରେ ପଡିଥାଏ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details