ଓଡିଶା

odisha

ETV Bharat / city

ମୁଣ୍ଡରେ ସିଲିଣ୍ଡର, ଚୁଲିରେ ଚା କରି ମହିଳା କଂଗ୍ରେସର ପ୍ରତିବାଦ

ଅହେତୁକ ତୈଳ ଓ ଗ୍ୟାସ ଦର ବୃଦ୍ଧିକୁ ନେଇ ଓଡିଶା ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇଛି । ମୁଣ୍ଡରେ ସିଲିଣ୍ଡର, ଚୁଲିରେ ଜାଳ ଜାଳି, ଚା କରି ମାଷ୍ଟର କ୍ୟାଣ୍ଟିନ ଠାରେ ମହିଳା କର୍ମୀ ମାନେ ଅଭିନବ ଢଙ୍ଗରେ ପ୍ରତିବାଦ କରିଥିଲେ । ଅଧିକ ପଢନ୍ତୁ...

ମୁଣ୍ଡରେ ସିଲିଣ୍ଡର, ଚୁଲିରେ ଚା କରି ମହିଳା କଂଗ୍ରେସର ପ୍ରତିବାଦ
ମୁଣ୍ଡରେ ସିଲିଣ୍ଡର, ଚୁଲିରେ ଚା କରି ମହିଳା କଂଗ୍ରେସର ପ୍ରତିବାଦ

By

Published : Feb 25, 2021, 11:03 PM IST

ଭୁବନେଶ୍ୱର : ଅହେତୁକ ତୈଳ ଓ ଗ୍ୟାସ ଦର ବୃଦ୍ଧିକୁ ନେଇ ଓଡିଶା ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇଛି । ମୁଣ୍ଡରେ ସିଲିଣ୍ଡର, ଚୁଲିରେ ଜାଳ ଜାଳି, ଚା କରି ମାଷ୍ଟର କ୍ୟାଣ୍ଟିନ ଠାରେ ମହିଳା କର୍ମୀମାନେ ଅଭିନବ ଢଙ୍ଗରେ ପ୍ରତିବାଦ କରିଥିଲେ । ତୈଳଦର ବୃଦ୍ଧିକୁ ନେଇ ଆଗକୁ ଆଉ ଗାଡ଼ିରେ ତେଲ ପକାଇବାର ସମ୍ବଳ ନଥିବା ହେତୁ ଗାଡି ଚଳାଇବା ଅସମ୍ଭବ ହୋଇପଡ଼ିବ ।

ମୁଣ୍ଡରେ ସିଲିଣ୍ଡର, ଚୁଲିରେ ଚା କରି ମହିଳା କଂଗ୍ରେସର ପ୍ରତିବାଦ

ତେଣୁ ଗାଡିକୁ ଟଲିରେ ବୋହି ରାସ୍ତାରେ ମହିଳା କର୍ମୀମାନେ ପ୍ରତିବାଦ କରିଥିଲେ । ସରକାରୀ ବିରୋଧୀ ନାରାବାଜି ଦେବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ତେଲ ଦର ଓ ଗ୍ୟାସ ଦର କମୁ ନଥିବା ଅଭିଯୋଗ କରିଥିଲେ ମହିଳା କର୍ମୀ । କଂଗ୍ରେସ ଭବନ ଠାରୁ ଶୋଭାଯାତ୍ରାରେ ବାହାରି ମାଷ୍ଟର କ୍ୟାଣ୍ଟିନ ଠାରେ ବିକ୍ଷୋଭ କରିଥିବା ବେଳେ ଏଥିରେ ପିସିସି ସଭାପତି ନିରଞ୍ଜନ ପଟନାୟକ ବି ସାମିଲ ହୋଇଥିଲେ । ଏହାସହ ମହିଳାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପେଟ୍ରୋଲିୟମ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ ।

ଭୁବନେଶ୍ୱରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details