ଭୁବନେଶ୍ବର: ମିଶନଶକ୍ତି ମେଳାରେ ଜୋର ଧରୁଛି ହର୍ବଲ ଚା’। ନାୟଗଡ଼ ଶିଧ ବେହେରା ମହିଳା ଏସଏସଜି ଗ୍ରୁପରୁ ଆସିଥିବା ଏହି ହର୍ବାଲ ଚା’ ପାଖରେ ଜମୁଛି ନାହିଁ ନଥିବା ଭିଡ । 28 ପ୍ରକାରର ଚେରମୂଳିରେ ତିଆରି ହୋଇଥିବା ଏହି ଚା’ ଏବେ ରାଜଧାନୀବାସୀଙ୍କ ପ୍ରିୟ ଚା ପାଲଟିଛି। ଅନ୍ୟପଟେ ଚା’ରେ ଚିନି ବଦଳରେ ଗୁଡ଼ ପଡିଥିବାରୁ ସାଧାରଣ ଲୋକଙ୍କ ସହ ଡାଇବେଟିକ ଲୋକେ ବି ବେଶ ପସନ୍ଦ କରୁଛନ୍ତି।
ମିଶନଶକ୍ତି ମେଳାରେ ମନ କିଣୁଛି ହର୍ବାଲ ଚା’
ମିଶନଶକ୍ତି ମେଳାରେ ହର୍ବଲ ଚା’ର ବେଶ ଚାହିଦା। ନାୟଗଡ଼ ଶିଧ ବେହେରା ମହିଳା ଏସଏସଜି ଗ୍ରୁପରୁ ଆସିଥିବା ଏହି ହର୍ବାଲ ଚା’ ଲୋକଙ୍କର ମନ କିଣୁଛି ।
ମିଶନଶକ୍ତି ମେଳାରେ ମନ କିଣୁଛି ହର୍ବାଲ ଚା’
ସୂଚନାଯୋଗ୍ୟ ଯେ, ମିଶନ ଶକ୍ତି ନିର୍ଦ୍ଦେଶାଳୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ରାଜ୍ୟରେ ପ୍ରଥମ ଥର କରି ଏହି ମେଳାର ଆୟୋଜନ କରିଛି। ରାଜଧାନୀର ପ୍ରଦର୍ଶନୀ ପଡିଆରେ ଆଜିଠାରୁ ଆସନ୍ତା 16 ଡିସେମ୍ବର ପର୍ଯ୍ୟନ୍ତ ଚାଲିବ ଏହି ମେଳା । ସର୍ବମୋଟ 200ଟି ଷ୍ଟଲରେ 400 ମହିଳା ନିଜର ହାତ ତିଆରି ଜିନିଷ ବିକ୍ରି କରୁଛନ୍ତି ।
ଭୁବନେଶ୍ବରରୁ ଶତରୂପା ସାମନ୍ତ ରାୟ, ଇଟଭି ଭାରତ