ଭୁବନେଶ୍ବର:ରାଜଧାନୀରେ ଜାଲ ବିଛାଇଛନ୍ତି ମହିଳା ବ୍ରାଉନସୁଗାର ମାଫିଆ । ନୂଆ ନୂଆ ଫଣ୍ଡା ଆପଣାଇ ଚଳାଇଛନ୍ତି ବ୍ରାଉସୁଗାର କାରବାର । ରେଡ ବେଳେ କମିଶନରେଟ ପୋଲିସକୁ ଚକମା ଦେଇ ଖସିଗଲା ମହିଳା ବ୍ରାଉସୁଗାର ବେପାରୀ । ଫଳରେ ମହିଳାଙ୍କୁ ଗିରଫ କରିନପାରି ତାଙ୍କ ସ୍ବାମୀକୁ ଗିରଫ କରିଛି ପୋଲିସ । ତାଠାରୁ ୨୨ ଗ୍ରାମର ବ୍ରାଉନ ସୁଗାର ମଧ୍ୟ ଜବତ ହୋଇଛି । ଏଭଳି ଘଟଣା ଘଟିଛି ଭୁବନେଶ୍ବରର ଏୟାରଫିଲ୍ଡ ଥାନା ଅଧିନସ୍ଥ ଶଙ୍କର ବଜାର ଠାରେ ।
ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ସ୍ଥାନରେ ଗିରଫ ବ୍ୟକ୍ତି ବଳଭଦ୍ର ବେହେରା ଓ ତାଙ୍କ ପତ୍ନୀ ବେଆଇନ ବ୍ରାଉନସୁଗାର ବିକ୍ରି କରୁଥିବାର ପୋଲିସକୁ ସୂଚନା ମିଳିଥିଲା । ଏନେଇ ଏୟାରଫିଲ୍ଡ ଥାନାଧିକାରୀ ସିନିୟର ଅଫିସରଙ୍କୁ ସୂଚନା ଦେଇ ସାଧା ପୋଷାକରେ ଚଢାଉ କରିଥିଲା । କିନ୍ତୁ ପୋଲିସ ପହଞ୍ଚିବା ପୂର୍ବରୁ ମହିଳା ବ୍ରାଉନସୁଗାର ବେପାରୀ ଜଣଙ୍କ ବିପୁଳ ପରିମାଣର ବ୍ରାଉନସୁଗାର ଓ ଟଙ୍କା ନେଇ ଛୁ ମାରିଥିଲା । ଫଳରେ ମହିଳାଙ୍କ ସ୍ବାମୀ ପୋଲିସ ହାତରେ ଧରାପଡିଥିଲା । ଏନେଇ ପ୍ରେସ ବିଜ୍ଞପ୍ତି ଜରିଆରେ ପ୍ରକାଶ କରିଛି ପୋଲିସ।