ଓଡିଶା

odisha

ETV Bharat / city

କାଗଜ କରୁଛି ମହିଳାଙ୍କୁ ଆତ୍ମନିର୍ଭରଶୀଳ, ଶିଶିର ସରସ ମେଳାରେ ଜମୁଛି ଭିଡ

ଅଦରକାରୀ ବସ୍ତୁରୁ ସୁନ୍ଦର ଘରକରଣା ସାମଗ୍ରୀ । ଏସବୁ ପ୍ରସ୍ତୁତ କରି ଏବେ ସ୍ବାବଲମ୍ବୀ ହୋଇପାରିଛନ୍ତି କେନ୍ଦୁଝର ଆନନ୍ଦପୁର ଅଞ୍ଚଳର କିଛି ମହିଳା । ଏହି ମହିଳାମାନେ ଅଦରକାରୀ କାଗଜରୁ ସୁନ୍ଦର ସୁନ୍ଦର ଘରସଜ୍ଜା ସାମଗ୍ରୀ ପ୍ରସ୍ତୁତ କରି ରାଜଧାନୀର ଶିଶିର ସରସ ମେଳାରେ ବିକ୍ରି ଆରମ୍ଭ କରିଛନ୍ତି ।

reuse of waste material, bhubaneswar sisira saras mela, ଭୁବନେଶ୍ବରର ଶିଶିର ସରସ ମେଳା, ଅଦରକାରୀ ବସ୍ତୁର ପୁନଃବ୍ୟବହାର
ଅଦରକାରୀ ଜିନିଷରୁ ଘରସଜ୍ଜା ସାମଗ୍ରୀ, ମହିଳାଙ୍କୁ କରୁଛି ଆତ୍ମନିର୍ଭରଶୀଳ

By

Published : Jan 14, 2020, 7:04 PM IST

ଭୁବନେଶ୍ବର: ଅଦରକାରୀ ବସ୍ତରୁ ସୁନ୍ଦର ଘରକରଣା ସାମଗ୍ରୀ । ଏସବୁ ପ୍ରସ୍ତୁତ କରି ଏବେ ସ୍ବାବଲମ୍ବୀ ହୋଇପାରିଛନ୍ତି କେନ୍ଦୁଝର ଆନନ୍ଦପୁର ଅଞ୍ଚଳର କିଛି ମହିଳା । ଏହି ମହିଳାମାନେ ଅଦରକାରୀ କାଗଜରୁ ସୁନ୍ଦର ସୁନ୍ଦର ଘରସଜ୍ଜା ସାମଗ୍ରୀ ପ୍ରସ୍ତୁତ କରି ରାଜଧାନୀର ଶିଶିର ସରସ ମେଳାରେ ବିକ୍ରି ଆରମ୍ଭ କରିଛନ୍ତି । ଏହି ଜିନିଷ ପ୍ରତି ଲୋକଙ୍କ ଚାହିଦା ବଢୁଥିବା ବେଳେ ଏଥିରୁ ଭଲ ଦୁଇ ପଇସା ରୋଜଗାର କରୁଛନ୍ତି ମହିଳା ।

ଅଦରକାରୀ ଜିନିଷରୁ ଘରସଜ୍ଜା ସାମଗ୍ରୀ, ମହିଳାଙ୍କୁ କରୁଛି ଆତ୍ମନିର୍ଭରଶୀଳ

ଅଦରକାରୀ କାଗଜକୁ ଅଠା ଓ ମେଥି ଗୁଣ୍ଡ ଦେଇ ଅତି ଆକର୍ଷଣୀୟ ଘରସଜ୍ଜା ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ମହିଳାମାନେ । ତେଣେ ଦେଶରେ ପ୍ଲାଷ୍ଟିକ ବ୍ୟବହାର ଉପରେ ରୋକ ଲାଗିବାରୁ ଏବେ ଏହି ସବୁ ଜିନିଷର ବଢିବାରେ ଲାଗିଛି ଚାହିଦା । ଶିଶିର ସରସ ମେଳାରେ ଲାଗିଥିବା ଏହି ଦୋକାନଗୁଡିକରେ ଲୋକଙ୍କ ଭିଡ ଜମୁଥିବା ଦେଖିବାକୁ ମିଳୁଛି । ତେବେ ଦୈନିକ ମହିଳାମାନେ ଏହି ସବୁ ହାତ ତିଆରି ସାମଗ୍ରୀ ବିକ୍ରି କରି ପ୍ରାୟ 4-5 ହଜାର ଟଙ୍କା ରୋଜଗାର କରୁଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details