ଓଡିଶା

odisha

ETV Bharat / city

ମହିଳା ଓ କିନ୍ନର ଚଲାଇବେ ଭାରିଯାନ !

ଭୁବନେଶ୍ବରରେ ଭାରିଯାନ ଚଲାଇବେ ମହିଳା ଓ କିନ୍ନର । ଏନେଇ କ୍ରୁଟ (CRUT) ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ସହ ମହିଳା ଓ କିନ୍ନର ମାନଙ୍କୁ ଦିଆଯିବ ପ୍ରଶିକ୍ଷଣ । ଟ୍ବିଟ୍ କରି ସୂଚନା ଦେଲା କ୍ୟାପିଟାଲ ରେଜନ ଅର୍ବାନ ଟ୍ରାନ୍ସପୋର୍ଟ୍(CRUT) । ଅଧକ ପଢ଼ନ୍ତୁ

By

Published : May 28, 2022, 7:18 AM IST

ମହିଳା ଓ କିନ୍ନର ଚଲାଇବେ ଭାରି ମୋଟରଯାନ!
ମହିଳା ଓ କିନ୍ନର ଚଲାଇବେ ଭାରି ମୋଟରଯାନ!

ଭୁବନେଶ୍ବର: ରାଜଧାନୀରେ ମହିଳା ଓ କିନ୍ନର ଚଲାଇବେ ଭାରି ମୋଟରଯାନ । ଏନେଇ କ୍ରୁଟ (CRUT) ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ ମହିଳା ଓ କିନ୍ନରଙ୍କୁ ଭାରିଯାନ ଚଲାଇବାର ପ୍ରଶିକ୍ଷଣ ଦିଆଯିବ । ଇଚ୍ଛୁକ ପ୍ରାର୍ଥୀ ମାନେ ଆବେଦନ କରିବାପାଇଁ କ୍ରୁଟ ପକ୍ଷରୁ ଆହ୍ବାନ କରାଯାଇଛି ।

କ୍ରୁଟ (CRUT) ନିଜର ଟ୍ବିଟର ପେଜରେ ଏହା ଘୋଷଣା କରିବା ସହ ଆବେଦନକାରୀଙ୍କର ୧ ଏପ୍ରିଲ, ୨୦୧୧ ସୁଦ୍ଧା ଏକ ବର୍ଷ ବୈଧତାର LMV ଲାଇସେନ୍ସ ଥିବା ଆବଶ୍ୟକ ବୋଲି ସୂଚନା ଦେଇଛି । ଆବେଦନ କରିବାପାଇଁ ୨୦ରୁ ୪୦ ବର୍ଷ ବୟସ ସୀମା ଧାର୍ଯ୍ୟ କରାଯାଇଥିବା ବେଳେ ଆବେଦନକାରୀଙ୍କର ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ୧୦ମ ପାସ ରହିବ ବୋଲି କ୍ରୁଟ ପକ୍ଷରୁ ସୂଚନା ଦିଆଯାଇଛି ।

ମହିଳା ଓ କିନ୍ନରମାନେ କ୍ରୁଟର ଏଭଳି ପଦକ୍ଷେପ ପାଇଁ ଖୁସି ବ୍ୟକ୍ତ କରିବା ସହିତ ସମ୍ମାନର ସହ ପରିବାର ପ୍ରତିପୋଷଣ ପାଇଁ ଏହା ଏକ ବଡ଼ ସୁଯୋଗ ବୋଲି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details