ଓଡିଶା

odisha

ETV Bharat / city

ସ୍ମାର୍ଟସିଟିରେ ଅସୁରକ୍ଷିତ ମହିଳା ! ବଢୁଥିବା ଆକ୍ରମଣ ନେଇ ଉଠିଲା ପ୍ରଶ୍ନ - ଆକ୍ରମଣ

ରାଜଧାନୀରେ ଦିନକୁ ଦିନବୃଦ୍ଧି ପାଇବାରେ ଲାଗିଛି ମହିଳାଙ୍କ ପ୍ରତି ଆକ୍ରମଣ । ନାମକୁ ମାତ୍ର ସ୍ମାର୍ଟସିଟି ହେଲେ ମହିଳା ଅସୁରକ୍ଷିତ । ମହିଳା ସୁରକ୍ଷା ନେଇ ଏବେ ରାଜଧାନୀରେ ଚିନ୍ତା ବଢିଛି । ପୋଲିସ ପାଟ୍ରୋଲିଂ ଉପରେ ଉଠିଲା ପ୍ରଶ୍ନ । ଅଧିକ ପଢନ୍ତୁ....

ରାଜଧାନୀରେ କେତେ ସୁରକ୍ଷିତ ମହିଳା ? ବଢୁଥିବା ଆକ୍ରମଣ ନେଇ ଉଠିଲା ପ୍ରଶ୍ନ
ରାଜଧାନୀରେ କେତେ ସୁରକ୍ଷିତ ମହିଳା ? ବଢୁଥିବା ଆକ୍ରମଣ ନେଇ ଉଠିଲା ପ୍ରଶ୍ନ

By

Published : Nov 6, 2021, 8:59 AM IST

Updated : Nov 6, 2021, 10:01 AM IST

ଭୁବନେଶ୍ବର: ଅଶାନ୍ତ ରାଜଧାନୀ । ନାମକୁ ମାତ୍ର ସ୍ମାର୍ଟସିଟି ହେଲେ ମହିଳା ଅସୁରକ୍ଷିତ । ମହିଳା ସୁରକ୍ଷା ନେଇ ଏବେ ରାଜଧାନୀରେ ଚିନ୍ତା ବଢିଛି । ପ୍ରାୟ ପ୍ରତିଦିନ ଆକ୍ରମଣର ଶିକାର ହେଉଛନ୍ତି ମହିଳା । କେତେବେଳେ ଘର ଭିତରେ ତ ପୁଣି କେତେବେଳେ ଘର ବାହାରେ। ଲୁଟ ପାଇଁ ହେଉ ଅବା ବ୍ୟକ୍ତିଗତ କାରଣରୁ ଆକ୍ରମଣ କରାଯାଉଛି । ଫଳରେ ନିଜ ସୁରକ୍ଷା ଏଵେ ନିଜ ହାତକୁ ନେଉଛନ୍ତି ମହିଳା । ଯାହାକୁ ନେଇ ସହରରେ ମହିଳା ସୁରକ୍ଷା ନେଇ ଏବେ ପ୍ରଶ୍ନ ଉଠାଇଛନ୍ତି ସହରବାସୀ ।

ରାଜଧାନୀରେ କେତେ ସୁରକ୍ଷିତ ମହିଳା ? ବଢୁଥିବା ଆକ୍ରମଣ ନେଇ ଉଠିଲା ପ୍ରଶ୍ନ

ତେବେ ଗତ ୧ ତାରିଖରେ ରାଜଧାନୀର ଶୈଳଶ୍ରୀ ବିହାରରେ ଜଣେ ଯୁବକ କଲେଜ ଡ୍ରେସ ପିନ୍ଧି ଲୁଟ ଉଦେଶ୍ୟରେ ଘରେ ପଶି ମା ଓ ଝିଅଙ୍କୁ ଆକ୍ରମଣ କରିଥିଲେ । ଏକ ଖେଳନା ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଆକ୍ରମଣ କରିଥିଲେ । ଏଭଳି ଘଟଣା ପରେ ରାଜଧାନୀରେ ମହିଳାଙ୍କ ସୁରକ୍ଷା ଏବେ ଚିନ୍ତା ଜନକ ହୋଇଛି । ବ୍ୟସ୍ତ ବହୁଳ ସହର ମଧ୍ୟରେ ଘରେ ପଶି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ଏଵେ ସହରରେ ମହିଳାଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛନ୍ତି ଆକ୍ରମଣର ଶିକାର ହୋଇଥିବା ମହିଳାଙ୍କ ପଡୋଶୀ । ଯଦି ଏପରି ତାଙ୍କ ସହ ଘଟିଲା ପରବର୍ତ୍ତି ଶିକାର ସେ ବି ହୋଇପାରନ୍ତି ବୋଲି ମହିଲା ଜଣଙ୍କ କହିଛନ୍ତି । ଏନେଇ ପୋଲିସର ପାଟ୍ରୋଲିଂ ଉପରେ ପ୍ରଶ୍ନ କରିଛନ୍ତି ମହିଳା । ଅପରାଧି ଉପରେ ନଜର ରଖିବାକୁ ପୋଲିସ କୌଣସି ଷ୍ଟ୍ରାଟେଜି ନାହିଁ ବୋଲି ସେ କହିଛନ୍ତି । କେବଳ ଏ ଘଟଣା ନୂଆ ନୁହେଁ ଗତ କିଛି ଦିନ ଧରି ଏହିପରି ଅନେକ ଘଟଣା ସାମ୍ନାକୁ ଆସିଛି ଯାହାକୁ ନେଇ ନିଜକୁ ଅସୁରକ୍ଷିତ ମଣୁଛନ୍ତି ମହିଳା।

ନଜର ପକାନ୍ତୁ ଗତକିଛି ମାସ ମଧ୍ୟରେ ରାଜଧାନୀରେ ମହିଳାଙ୍କୁ ଆକ୍ରମଣ ହୋଇଥିବା ଘଟଣା ଉପରେ...

  • ୨୯ଅକ୍ଟୋବର ମଞ୍ଚେଶ୍ବର ଥାନା ରସୁଲଗଡ ଛକରେ ଜଣେ ସୁତା କାରକାଖାନାରେ କାମ ସାରି ଫେରୁଥିବା ଯୁବତୀଙ୍କୁ ଆକ୍ରମଣ ସହ ଅସଦାଚରଣ କରିଥିଲେ ଦୁର୍ବୃତ୍ତ ।
  • ୧୩ ଅକ୍ଟୋବର ଖଣ୍ଡଗିରି ଥାନା ତପୋବନ ବସ୍ତିରେ ଜଣେ ମହିଳାଙ୍କ ସ୍ବାମୀ ତାଙ୍କୁ କଟୁରୀ ଧରି ଗୋଡେଇବା ସହ ମରଣାନ୍ତକ ଆକ୍ରମଣ କରିଥିଲେ। ଏନେଇ ଥାନାରେ ବାରମ୍ବାର ଅଭିଯୋଗ ପରେବି ପୋଲିସ ଅଭିଯୋଗ ଶୁଣିନଥିବା କହିଛନ୍ତି ମହିଳା ଜଣଙ୍କ।
  • ୪ ସେପ୍ଟେମ୍ବର ଏୟାରଫିଲ୍ଡ ଥାନା ଗଣ୍ଡମୁଣ୍ଡା ମଧୁସୁଦନ ପାର୍କ ସାମ୍ନାରେ ଫିଲ୍ମ ସୁଟି ସାରି ଫେରୁଥିବା ଅଭିନେତ୍ରୀ ଶ୍ବେତାଙ୍କ ଉପରକୁ ହୋଇଥିଲା ଆକ୍ରମଣ । କାର ଭିତରେ ଥିବା ବେଳେ ଦୁର୍ବୃତ୍ତ କାର କାଚ ଭାଙ୍ଗି ଆତଙ୍କ ରଚିଥିଲେ ।
  • ୨ ସେପ୍ଟେମ୍ବର ଏୟାରଫିଲ୍ଡ ଥାନା ଭିମଟାଙ୍ଗି ଲେନ ୧୧ରେ ରହୁଥିବା ଜଣେ ମହିଳା ଓ ତାଙ୍କ ଝିଅ ଏକୁଟିଆ ଘରେ ଥିବା ବେଳେ ଘର ବାହାରେ ଜଣେ ଯୁବକ ଉଲଗ୍ନ ହୋଇ ଘରକୁ ପଶିବାକୁ ଉଦ୍ୟମ କରୁଥିଲେ । ଏନେଇ ପିସିଆରକୁ କଲ କରିବା ସତ୍ତ୍ବେ ମଧ୍ୟ ଆସିନଥିଲା ପୋଲିସ ।
  • ସେହିପରି ଅଗଷ୍ଟ ୨୫ରେ ଖାରଵେଳ ନଗର ଥାନା ଜୟଦେଵ ବିହାରରୁ ମାଷ୍ଟର କ୍ୟାଣ୍ଟିନ ଯିଵାଵେଳେ କେଶରି ହଲ ନିକଟରେ ଝାରସୁଗୁଡ଼ାର ଲେଡି କ୍ରିଷ୍ନାବେନ ଆଚାରି ନାମକ ଜଣେ ମହିଳାଙ୍କ ମୁଣ୍ଡକୁ ପଥରରେ ଛେଚି ସୁନା ଚେନ ସହ ଗହଣା ଲୁଟି ନେଇଥିଲେ ଦୁର୍ବୃତ୍ତ।
  • ଅଗଷ୍ଟ ୨୨ରେ ଲକ୍ଷ୍ମୀସାଗର ଥାନା ଝାରପଡା ଓସ୍କାରସିଟିରେ ରହୁଥିବା ରସନାରା ଖାତୁନ ନାମକ ମହିଳାଙ୍କୁ ଆକ୍ରମଣ କରିଥିଲେ ତାଙ୍କର ଘର କାମ କରୁଥିବା ଠିକାଦାର । ଏନେଇ ଠିକାଦାର ଜଣକ ଘରର ସିସିଟିଭି ସହ ଆସବାପତ୍ର ଭାଙ୍ଗିଥିଲେ।

ତେବେ ମହିଳାଙ୍କୁ ଆକ୍ରଣ ନେଇ ଥାନାରେ ଅନେକ ଅଭିଯୋଗ ହୋଇଥିବା ବେଳେ କିଛି ଅଭିଯୁକ୍ତ ଗିରଫ ହୋଇଛନ୍ତି ସତ, ହେଲେ ଆଜିବି କିଛି ଅଭିଯୁକ୍ତ ବେଫିକର ହୋଇ ରାଜଧାନୀରେ ବୁଲୁଛନ୍ତି । ହେଲେ ଏହି ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇନି ପୋଲିସ । ତେବେ ମହିଳାଙ୍କ ପ୍ରତି ହେଉଥିବା ଏଭଳି ଅପରାଧ ନେଇ ପୋଲିସ ତରଫରୁ କୌଣସି କଡା ଆଭିମୁଖ୍ୟ ଗ୍ରହଣ କରାଯାଉନଥିବା ଦେଖିବାକୁ ମିଳୁଛି ।

ତେବେ ପୁର୍ବରୁ ଏପରି ଅପରାଧ ରୋକିବାକୁ ଆର ପି ଶର୍ମାଙ୍କ ସମୟରେ ସିସିଟିଭି ସର୍ଭିଲାନ୍ସକୁ ଗୁରୁତ୍ବ ଦିଆଯାଇଥିଲା ଓ ସୁଧାଂଶୁ ଷଡଙ୍ଗୀଙ୍କ ସମୟରେ ପୋଲିସ ଏସପି ଓ ଟିମ୍ ଗଠନ କରାଯାଇଥିଲେ ମଧ୍ୟ ଅପରାଧ କମିବାର ନା ଧରୁନି । ଖାଲି ଦେଖିବାକୁ ବାକି ରହିଲା ଦିନକୁ ଦିନ ମହିଳାଙ୍କ ପ୍ରତି ବଢୁଥିବା ଏଭଳି ଅପରାଧ ଉପରେ କେବେ ରୋକ ଲଗାଉଛି ପୋଲିସ ପ୍ରଶାସନ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Nov 6, 2021, 10:01 AM IST

ABOUT THE AUTHOR

...view details