ଓଡିଶା

odisha

ETV Bharat / city

ଦୋଷୀଙ୍କୁ ନାହିଁ ନିସ୍ତାର, ରାଜ୍ୟରେ କାର୍ଯ୍ୟକାରୀ ହେଲା ସାକ୍ଷୀ ସୁରକ୍ଷା ଯୋଜନା - odisha

ଏଣିକି ଦୋଷୀଙ୍କୁ ନାହିଁ ନିସ୍ତାର । ସମସ୍ତ ଗୋପନୀୟ ତଥ୍ୟ ପ୍ରକାଶ କରିବେ ସାକ୍ଷୀ । ରାଜ୍ୟରେ କାର୍ଯ୍ୟକାରୀ ହୋଇଛି ସାକ୍ଷୀ ସୁରକ୍ଷା ଯୋଜନା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାର ଏହି ଯୋଜନା କାର୍ଯ୍ୟକାରୀ କରିଛନ୍ତି ।

ପ୍ରତିକାତ୍ମକ ଫଟୋ

By

Published : Jul 9, 2019, 7:13 PM IST

ଭୁବନେଶ୍ବର: ଏଣିକି ସାକ୍ଷୀଙ୍କୁ ମିଳିବ ସୁରକ୍ଷା । ବିଭିନ୍ନ ଅପରାଧିକ ମାମଲାରେ ସାକ୍ଷୀ ରହୁଥିବା ବ୍ୟକ୍ତିଙ୍କୁ ଦିଆଯିବ ସୁରକ୍ଷା । ଏଥିପାଇଁ ରାଜ୍ୟ ସରକାର ସାକ୍ଷୀ ସୁରକ୍ଷା ଯୋଜନା-୨୦୧୯କୁ କାର୍ଯ୍ୟକାରୀ କରିଛନ୍ତି । ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଗତ ବର୍ଷ ଉଭୟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାର ଜୁଲାଇ ୬ତାରିଖରେ ରାଜ୍ୟ ସରକାର ଗେଜେଟ୍ ନୋଟିଫିକେସନ ଜରିଆରେ ଏହି ଯୋଜନା କୁ କାର୍ଯ୍ୟକାରୀ କରିଛନ୍ତି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟଙ୍କୁ ଜଣାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହି ଯୋଜନା ଅନୁଯାୟୀ ସାକ୍ଷୀଙ୍କୁ ତଦନ୍ତ ଠାରୁ ଆରମ୍ଭ କରି କୋର୍ଟରେ ସାକ୍ଷ୍ୟ ପ୍ରମାଣ ପର୍ଯ୍ୟନ୍ତ ସାକ୍ଷୀ ମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ । ତେବେ ସାକ୍ଷୀ ମାନଙ୍କ ଉପରେ କଣ ବିପଦ ରହିଛି ? ସେନେଇ ଜିଲ୍ଲା ପୋଲିସ ମୁଖ୍ୟ ଏକ ଥ୍ରେଟ୍ ଆନାଲିସିସ୍ ରିପୋର୍ଟ ପ୍ରସ୍ତୁତ କରିବେ । ଏଥିରେ ସାକ୍ଷୀଙ୍କ ପରିଚୟ ଗୋପନ ରଖାଯିବ । ଏପରିକି ଦରକାର ପଡିଲେ ସାକ୍ଷୀଙ୍କୁ ସ୍ତାନାନ୍ତରଣ କରାଯିବ ।

ଏଥିରେ ରେକର୍ଡ ପତ୍ରକୁ ସୁରକ୍ଷା ଦେବା ପାଇଁ ମଧ୍ୟ ଏହି ଆଇନରେ ବ୍ୟବସ୍ଥା ରହିଛି ।
ସିସିଟିଭି ଓ ଆଲାରାମର ବ୍ୟବସ୍ଥା କରାଯିବ । ଏହା ସହ ସାକ୍ଷୀ ମାନଙ୍କୁ ତିନି ପ୍ରକାରର ସୁରକ୍ଷା ଯୋଗାଇ ଦିଆଯିବ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details