ଓଡିଶା

odisha

ETV Bharat / city

ଏବେ ଠୁ ଡରାଇଲାଣି ଶୀତ, ଆଗକୁ ହେବ ଅସମ୍ଭାଳ - winter

ଚଳିତ ବର୍ଷ ଜାଡ ମାଡରେ ଥରିବ ସାରା ଓଡିଶା । ମୌସୁମୀ ଫେରିଥିବା ବେଳେ ରାଜ୍ୟକୁ ଛୁଇଁଛି ଶୀତ । ଏଥର ପ୍ରଶାନ୍ତ ମହାସାଗରରେ ଲଲିନାର ପ୍ରଭାବରେ ସର୍ବନିମ୍ନ ରହିବ ତାପମାତ୍ରା । ଫଳରେ ପ୍ରବଳ ଶୀତ ଅନୁଭୂତ ନେଇ ପୂର୍ବାନୁମାନ ହୋଇଛି । ଅଧିକ ପଢନ୍ତୁ...

ଏବେ ଠୁ ଡରାଇଲାଣି ଶୀତ
ଏବେ ଠୁ ଡରାଇଲାଣି ଶୀତ

By

Published : Oct 30, 2020, 5:24 PM IST

ଭୁବନେଶ୍ବର: ଏବେଠୁ ଡରାଇଲାଣି ଶୀତ । କାର୍ତ୍ତିକ ମାସ ନ ପଶୁଣୁ ଆରମ୍ଭ ହୋଇଯାଇଛି ଶୀତ ଲହରୀ । ଧୀରେ ଧୀରେ ପାରଦ ଖସୁଥିବାବେଳେ ବଢୁଛି ଶୀତ । ତେବେ ଚଳିତ ବର୍ଷ ଜାଡରେ ଥରିବ ସାରା ଓଡିଶା । ମୌସୁମୀ ଫେରିଥିବା ବେଳେ ରାଜ୍ୟକୁ ଛୁଇଁଛି ଶୀତ । ଏଥର ପ୍ରଶାନ୍ତ ମହାସାଗରରେ ଲଲିନାର ପ୍ରଭାବରେ ସର୍ବନିମ୍ନ ରହିବ ତାପମାତ୍ରା । ଫଳରେ ପ୍ରବଳ ଶୀତ ଅନୁଭୂତ ନେଇ ପୂର୍ବାନୁମାନ ହୋଇଛି । ଆଜି 6 ଟି ରାଜ୍ୟରେ ତାପମାତ୍ରା 20 ଡିଗ୍ରୀ ତଳେ ରହିଛି । ସବୁଠାରୁ କମ୍‌ ସୋନପୁର ଜିଲ୍ଲାର 12.8 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଭୁବନେଶ୍ବର ଓ କଟକରେ ତାପମାତ୍ରା 19 ଓ 20 ଡିଗ୍ରୀ ରହିଛି ।

ଏବେ ଠୁ ଡରାଇଲାଣି ଶୀତ, ଆଗକୁ ହେବ ଅସମ୍ଭାଳ

ଗତ ବର୍ଷ ତୁଳନାରେ ଏ ବର୍ଷ ବିଳମ୍ବରେ ଗଲା ମୌସୁମୀ ସତ ,କିନ୍ତୁ ଛାଡ଼ି ଯାଉଛି ପ୍ରବଳ ଶୀତ । ପୂର୍ବ ବର୍ଷ ତୁଳନାରେ ୫ ଜାନୁଆରୀ ୧୯୯୨ରେ ଭୁବନେଶ୍ବରରେ ସର୍ବନିମ୍ନ ତାପମାତ୍ରା ୮.୨ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ୨୦୧୪ ଡିସେମ୍ବରରେ ଦାରିଙ୍ଗିବାଡିରେ -୦.୫ଡି ଗ୍ରୀ ରହିଥିଲା । ସେହିପରି ୨୦୧୯ ରେ ସୁବର୍ଣ୍ଣପୁରରେ ୪.୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା ।

ବିଶେଷଜ୍ଞଙ୍କ ମତରେ ଭାରତର ଭୂ-ଖଣ୍ଡରୁ ଯେବେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରେ, ଠିକ ତାର ପର ଦିନ ଶୀତ ଅନୁଭୂତ ହୋଇଥାଏ । ତେବେ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ଅନୁସାରେ,ଚଳିତ ବର୍ଷ ବିଳମ୍ବରେ ଫେରିଛି ମୌସୁମୀ । ବର୍ଷ 2014ରେ 18 ଅକ୍ଟୋବରରୁ ଦେଶ ଓ ରାଜ୍ୟରୁ ବିଦାୟ ନେଇଥିଲା ମୌସୁମୀ । 2015ରେ ଅକ୍ଟୋବର 16 ରେ ଫେରିଥିଲା । ସେହିପରି 2018ରେ ଓଡିଶାରୁ 5 ଅକ୍ଟୋବରରେ ବିଦାୟ ନେଇଥିବାବେଳେ 21ରୁ ଦେଶରୁ ଫେରିଥିଲା । ତେବେ 2019ରେ ଦେଶରୁ 16 ଅକ୍ଟୋବରରେ ଓ ଓଡିଶାରୁ 15ରେ ମୌସୁମୀ ଫେରିଥିଲା । ଚଳିତ ବର୍ଷ 28 ଅକ୍ଟୋବରରେ ଉଭୟ ଦେଶ ଓ ରାଜ୍ୟରୁ ବିଦାୟ ନେଇଛି ମୌସୁମୀ ।

ଲଲିନାର ପ୍ରଭାବରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ବାତ୍ୟା । ଏବଂ ଦିନର ସର୍ବନିମ୍ନ ତାପମାତ୍ରା ହ୍ରାସ ପାଏ । ତେଣୁ ଦୀର୍ଘ ସମୟ ଧରି ଶୀତର ପ୍ରଭାବ ପ୍ରବଳରୁ ଅତି ପ୍ରବଳ ରହିବ । ସେପଟେ, ଅଧିକ ଶୀତ କାରଣରୁ ଦେଶରେ ଫସଲ ଉତ୍ପାଦନ ମଧ୍ୟ ବେଶ ଭଲ ହୋଇପାରେ । ଏହା ସହ କୋରୋନା ମାଡରେ ଧରାଶାୟୀ ବେପାରୀଙ୍କୁ ୱେଲେନ ବ୍ୟବସାୟ ଦୁଇ ପଇସା ଯୋଗାଇବ ବୋଲି ବ୍ୟବସାୟୀମାନେ ଆଶା ବାନ୍ଧିଛନ୍ତି ।

ଅନ୍ୟପଟେ, ସାଙ୍ଘାତିକ ଶୀତ ଆକଳନକୁ ନେଇ ଆତଙ୍କିତ ସାଧାରଣ ଲୋକେ । କାରଣ ଶୀତରେ କୋରୋନା ସଂକ୍ରମଣ ବଢିପାରେ ବୋଲି ବିଶେଷଜ୍ଞ ଅନୁମାନ କରିଛନ୍ତି । ବର୍ତ୍ତମାନ ରାଜ୍ୟରେ ସଂକ୍ରମଣ ପ୍ରଭାବ ପାଉଥିବାବେଳେ ଆଗାମୀ ଦିନରେ ଅଧିକ ସତର୍କତା ଅବଲମ୍ବନ କରିବାକୁ ଆବଶ୍ୟକ ହୋଇପଡିଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details