ଓଡିଶା

odisha

By

Published : Nov 23, 2020, 10:38 AM IST

Updated : Nov 23, 2020, 5:17 PM IST

ETV Bharat / city

ବିଧାନସଭା ଅଧିବେଶନର ଚତୁର୍ଥ ଦିବସ: ମୁଲତବୀ ପରେ ଆରମ୍ଭ ହେଲା ଗୃହ

ବିଧାନସଭା ଅଧିବେଶନର ଚତୁର୍ଥ ଦିନ: ରାଜ୍ୟ ଆଇନ ଶୃଙ୍ଖଳାକୁ ନେଇ ବିରୋଧି ଆଣିଲେ ମୁଲତବୀ ନୋଟିସ୍
ବିଧାନସଭା ଅଧିବେଶନର ଚତୁର୍ଥ ଦିନ: ରାଜ୍ୟ ଆଇନ ଶୃଙ୍ଖଳାକୁ ନେଇ ବିରୋଧି ଆଣିଲେ ମୁଲତବୀ ନୋଟିସ୍

17:16 November 23

ବିଧାନସଭାରେ ଦୁଇଟି ଗୁରୁତ୍ବପୂର୍ଣ୍ଣ ବିଲ ପାରିତ

ଆଜି ଅପରାହ୍ନରେ ବିଧାନସଭାରେ ଓଡିଶା ଲୋକୟୁକ୍ତ ସଂଶୋଧନ ବିଲ୍‌ 2020 ପାରିତ ହୋଇଛି । ସେହିପରି ଓଡିଶା ସ୍ଥାନୀୟ ପାଣ୍ଠି ସମୀକ୍ଷା ସଂଶୋଧନ ବିଲ୍‌ 2020 ମଧ୍ୟ ପାରିତ ହୋଇଛି । 

16:54 November 23

ବିଧାନସଭାରେ ଓଡିଶା ଅତ୍ୟାବଶ୍ୟକୀୟ ସେବା ସଂଶୋଧନ ବିଧେୟକ 2020 ପାରିତ

ସରକାରୀ କର୍ମଚାରୀଙ୍କ ଧର୍ମଘଟ ଉପରେ ଲାଗିବ ଅଙ୍କୁଶ । ଏନେଇ ବିଧାନସଭାରେ ପାରିତ ହୋଇଛି ଓଡିଶା ଅତ୍ୟାବଶ୍ୟକୀୟ ସେବା ସଂଶୋଧନ ବିଧେୟକ 2020 ।  ଯଦି କୌଣସି ଧର୍ମଘଟ ପାଇଁ ସାଧାରଣ ଲୋକଙ୍କ ସୁରକ୍ଷା ବିପନ୍ନ ହୁଏ, ତାହାହେଲେ ଆଇନ ଅନୁସାରେ ଦଣ୍ଡ ବ୍ୟବସ୍ଥା ହେବ ବୋଲି ବିଧେୟକରେ ଉଲ୍ଲେଖ । 

16:06 November 23

ପ୍ରାଥମିକ, ମାଧ୍ୟମିକ, ଉଚ୍ଚପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ବୀମାଭୁକ୍ତ କରିବା ପାଇଁ ଷ୍ଟୁଡେଣ୍ଟ ସେଫଟି ଇନ୍ସୁରାନ୍ସ ସ୍କିମ ପ୍ରଚଳନ କରାଯାଇଛି । ପ୍ରାଥମିକ,ଉଚ୍ଚପ୍ରାଥମିକ ଓ ଉଚ୍ଚବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଠାରୁ 2 ଟଙ୍କା ଆଦାୟ କରାଯାଉଛି । ସେହିପରି ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟ ଓ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଠାରୁ 3 ଟଙ୍କା ଆଦାୟ କରାଯାଉଛି । ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

16:03 November 23

ସ୍କୁଲ ଛାତ୍ରଛାତ୍ରୀ ହେବେ ବୀମାଭୁକ୍ତ

ସ୍କୁଲ ଛାତ୍ରଛାତ୍ରୀ ହେବେ ସରକାର । ଏବେ ସୁଦ୍ଧା ରାଜ୍ୟରେ 8 ଲକ୍ଷ 64 ହଜାର 499 ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ବୀମାଭୁକ୍ତ କରିଛନ୍ତି ସରକାର । ରାଜ୍ୟରେ ମୋଟ୍‌ 21 ଲକ୍ଷ 28 ହଜାର 246 ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରୁ 8 ଲକ୍ଷ 64 ହଜାର 499 ଛାତ୍ରଛାତ୍ରୀଙ୍କୁ ବୀମାଭୁକ୍ତ କରାଯାଇଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । 

15:05 November 23

ମୁଲତବୀ ପରେ ଆରମ୍ଭ ହେଲା ଗୃହ

ମୁଲତବୀ ପରେ ପୁଣି ଅପରାହ୍ନରେ ଆରମ୍ଭ ହୋଇଛି ଗୃହକାର୍ଯ୍ୟ । ରାଜ୍ୟପାଳଙ୍କ ପତ୍ନୀ ତଥା ଓଡିଶାର ପ୍ରଥମ ମହିଳା ସୁଶିଲା ଦେବୀଙ୍କ ବିୟୋଗରେ ଶୋକପ୍ରସ୍ତାବ ଆଗତ ପରେ ଗୃହକୁ ଅପରାହ୍ନ 3ଟା ଯାଏ ମୁଲତବୀ ଘୋଷଣା କରାଯାଇଥିଲା । 

10:54 November 23

ଶୋକ ପ୍ରସ୍ତାବ ଆଗତ ପରେ ଅପରାହ୍ନ 3ଟା ଯାଏଁ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି ।

ଭୁବନେଶ୍ବର: ମହାମହିମ ରାଜ୍ୟପାଳଙ୍କ ପତ୍ନୀ ସୁଶିଲା ଦେବୀଙ୍କ ବିୟୋଗରେ ଗୃହରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ । ଶୋକପ୍ରସ୍ତାବକୁ ସମର୍ଥନ କଲେ ବିରୋଧୀ ଦଳ ନେତା ଓ ଅନ୍ୟ ଦଳର ନେତା । ରାଜ୍ୟପାଳଙ୍କ ପତ୍ନୀ ସୁଶିଳା ଦେବୀଙ୍କୁ ଶ୍ରଦ୍ଧାଞ୍ଜଳି ଓ ସମ୍ମାନାର୍ଥେ ଗୃହକୁ ଅପରାହ୍ନ 3ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । 

10:44 November 23

ରାଜ୍ୟପାଳଙ୍କ ପତ୍ନୀଙ୍କ ବିୟୋଗ ନେଇ ଗୃହରେ ଶୋକ ପ୍ରସ୍ତାବ ଆଗତ

ଭୁବନେଶ୍ବର: ରାଜ୍ୟପାଳ ସୁଶିଳା ଦେବୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୋକ ପ୍ରସ୍ତାବକୁ ବିରୋଧି ଦଳ ନେତା ଓ ଅନ୍ୟ ନେତା ସମର୍ଥନ କରିଛନ୍ତି । ଗୃହ ଆରମ୍ଭରୁ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଛି ।  

10:23 November 23

ବିଧାନସଭା ଅଧିବେଶନର ଚତୁର୍ଥ ଦିବସ, ଆଇନ ଶୃଙ୍ଖଳାକୁ ନେଇ ମୁଲତବୀ ନୋଟିସ୍ ଆଣିଛନ୍ତି ବିରୋଧୀ

ଭୁବନେଶ୍ବର: ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ଚତୁର୍ଥ ଦିନ । ରାଜ୍ୟ ଆଇନ ଶୃଙ୍ଖଳାକୁ ନେଇ ମୁଲତବୀ ନୋଟିସ୍ ଆଣିଛନ୍ତି ବିରୋଧୀ । ଏନେଇ ଆଜି ଗୃହରେ ଉତ୍ତର ରଖିବେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର । 

Last Updated : Nov 23, 2020, 5:17 PM IST

ABOUT THE AUTHOR

...view details