ଓଡିଶା

odisha

ETV Bharat / city

ନୂଆ ମୋଟର ଯାନ ଆଇନ ପାଇଁ ତରବର ରାଜ୍ୟ ସରକାର ! - ଟ୍ରାଫିକ ନିୟମ

ଚଳିତ ମାସ ପ୍ରଥମ ସପ୍ତାହରୁ ରାଜ୍ୟରେ ଲାଗୁ ହୋଇଛି ନୂଆ ଯାନ ବାହନ ଆଇନ। ଯାହା ଆଧାରରେ ଟ୍ରାଫିକ ନିୟମ ଉଲଙ୍ଘନ କଲେ ଗାଡି ଚାଳକଙ୍କୁ ଦେବାକୁ ହେଉଛି ମୋଟା ଅଙ୍କର ରାଶି । ତେବେ ରାଜ୍ୟ ସରକାରଙ୍କର ଏହି ତରବରିଆ ନିଷ୍ପତ୍ତିକୁ ଏବେ ବିରୋଧ କରିଛନ୍ତି ରାଜ୍ୟବାସୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Sep 8, 2019, 9:25 PM IST

Updated : Sep 8, 2019, 11:19 PM IST

ଭୁବନେଶ୍ବର: ଚଳିତ ମାସ ପ୍ରଥମ ସପ୍ତାହରୁ ରାଜ୍ୟରେ ଲାଗୁ ହୋଇଛି ନୂଆ ଯାନ ବାହନ ଆଇନ। ଯାହା ଆଧାରରେ ଟ୍ରାଫିକ ନିୟମ ଉଲଙ୍ଘନ କଲେ ଗାଡି ଚାଳକଙ୍କୁ ଦେବାକୁ ହେଉଛି ମୋଟା ଅଙ୍କର ରାଶି । ତେବେ ରାଜ୍ୟ ସରକାରଙ୍କ ଏହି ତରବରିଆ ନିଷ୍ପତ୍ତିକୁ ଏବେ ବିରୋଧ କରିଛନ୍ତି ରାଜ୍ୟବାସୀ । ଦେଶର 6 ଟି ରାଜ୍ୟ ଏହି ନୂଆ ନିୟମକୁ ଅଗ୍ରାହ୍ୟ କରିଥିବା ବେଳେ ବିନା କୌଣସି ବିଚାର ବିମର୍ଶରେ ରାଜ୍ୟ ସରକାର କାହିଁକି ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି ସାଧାରଣରେ ଉଠିଛି ପ୍ରଶ୍ନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସାଧାରଣ ଲୋକଙ୍କ ଅଭିଯୋଗ ମୁତାବକ ସରକାର ରାଜ୍ୟରେ ପଲ୍ୟୁସନ ସାର୍ଟିଫିକେଟ ଓ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି କରିନାହାନ୍ତି କି ଲୋକଙ୍କୁ ସଚେତନ ମଧ୍ୟ କରାଇ ନାହାନ୍ତି । ତେଣେ ଏହି ନୂଆ ଆଇନ ଲାଗୁ କରି ମୋଟା ଅଙ୍କର ଫାଇନ ଆଦାୟ ସହ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି । ଏନେଇ ଶନିବାର ପୋଲିସ ଓ ଜନତାଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି ।

ଶନିବାର ପୋଲିସ ଓ ଜନତାଙ୍କ ମଧ୍ୟରେ ହୋଇଥିବା ଖଣ୍ଡଯୁଦ୍ଧ ଥମିଛି ସତ ହେଲେ ପ୍ରଭାବରେ ରବିବାର ସରକାରଙ୍କୁ ଘେରିଛନ୍ତି ବିରୋଧୀ । ତେଣେ ନୂଆ ଆଇନକୁ ନେଇ ଧିରେ ଧିରେ ଜନଅସନ୍ତୋଷ ବଢିବାରେ ଲାଗୁଥିବା ଦେଖିବାକୁ ମିଳୁଛି । ଯାହାକୁ ଆଖିରେ ରଖି ଆଇନକୁ ସାମାନ୍ୟ କୋହଳ କରିଛନ୍ତି ସରକାର। କିନ୍ତୁ ସରକାରୀ ଦଳର ଯୁକ୍ତି କି ସାରା ଦେଶ ପାଇଁ ଏହି ଆଇନ ଲାଗୁ ହୋଇଛି । ଏହାକୁ କିଏ ଲାଗୁ କଲା କି ନ କଲା ତାହା ଫରକ ପଡେ ନାହିଁ ।

ତେଣେ ଘଟଣାରେ ସମସ୍ତ ସମସ୍ୟା ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଲିଖିତ ଭାବେ ଜଣାଇଦିଆଯିବ ବୋଲି ପ୍ରତିକ୍ରିୟା ରଖଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ । ପ୍ରକାଶ ଯେ କେନ୍ଦ୍ର ସରକାରଙ୍କ ଦ୍ବାରା ଲାଗୁ ହୋଇଥିବା ଏହି ନୂଆ ମୋଟର ଯାନ ନିୟମକୁ ରାଜସ୍ଥାନ, ପଶ୍ଚିମବଙ୍ଗ, ପଞ୍ଜାବ, ମଧ୍ୟପ୍ରଦେଶ, ଗୁଜୁରାଟ ଓ ଛତିଶଗଡ ତର୍ଜମା ପରେ ଲାଗୁ କରିବେ ବୋଲି ନିଷ୍ପତ୍ତି ନେଇଥିଲେ । ଅନ୍ୟପଟେ ରାଜ୍ୟ ସରକାର ଏନେଇ ବିନା କୌଣସି ବିଚାର ବିମର୍ଶରେ ଚଳିତ ମାସ ପ୍ରଥମ ସପ୍ତାହରୁ ଲାଗୁ କରିଛନ୍ତି ନୂଆ ନିୟମ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Sep 8, 2019, 11:19 PM IST

ABOUT THE AUTHOR

...view details